Author: NAZMEEN PARWEEN

ଓଡ଼ିଶା ରାଜନୀତିର ପାଣିପାଗ ଏବେ ବେଶ୍ ଗରମ। ଯେଉଁ ନବୀନ ପଟ୍ଟନାୟକଙ୍କୁ ଆମେ ବିଗତ ୨୪ ବର୍ଷ ଧରି ଏକ ଶାନ୍ତ, ସ୍ଥିର ଏବଂ କମ୍ କଥା କହୁଥିବା ଜଣେ ମୁଖ୍ୟମନ୍ତ୍ରୀ ଭାବେ ଦେଖିଆସୁଥିଲେ, ଆଜି ସେହି ନବୀନଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳୁଛି। ବିରୋଧୀ ଆସନରେ ବସିବା ପରେ ନବୀନ ପଟ୍ଟନାୟକ ଏବେ ପୂର୍ବ ଅପେକ୍ଷା ଅଧିକ ସକ୍ରିୟ, ଅଧିକ ଆକ୍ରମଣାତ୍ମକ ଏବଂ ଅଧିକ ଜନସମ୍ପର୍କ ଅଭିମୁଖୀ ହୋଇଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି— କାହିଁକି? କ’ଣ ପାଇଁ ନବୀନଙ୍କୁ ଏହି ନୂଆ ଅବତାର ଧାରଣ କରିବାକୁ ପଡ଼ିଲା? ଆଉ କ’ଣ ବିଜେପି ଓଡ଼ିଶାରେ ମହାରାଷ୍ଟ୍ର ଭଳି ଖେଳ ଖେଳିବାକୁ ଯୋଜନା କରୁଛି କି? ବିଜେପିର ‘ଅପୋଜିସନ୍ ଫ୍ରି’ ଓଡ଼ିଶା ସ୍ୱପ୍ନ ପୂରଣ ହେବ କି? ବିଧାନ ପରିଷଦର ସେହି ଅକୁହା କଥା ନବୀନ ପଟ୍ଟନାୟକ ହୁଏତ ଆଜି ନିଜ ଭାଗ୍ୟକୁ ଧନ୍ୟବାଦ ଦେଉଥିବେ। କାହିଁକି ଜାଣନ୍ତି? କାରଣ ଓଡ଼ିଶାରେ…

Read More