Author: Sarasinee Subudhi

ଯେମିତି ନବୀନ କେବେ ଭାବି ନ ଥିଲେ କ୍ଷମତାର ସକାଳ ଆଉ ଉଇଁବ ନାହିଁ, କିନ୍ତୁ ସଙ୍କଟ ମାଡ଼ି ଆସିଲା, ସେମିତି ବିଜେଡି ପ୍ରାୟୋଜିତ ‘ସକାଳ’ ଖବର କାଗଜକୁ ବି ସଙ୍କଟ ଗ୍ରାସିବାରେ ଲାଗିଛି। ଫଳରେ କାଗଜର ଛାପା ସଂଖ୍ୟା ଦିନକୁ ଦିନ କମିବା ସହ ଜଣକ ପରେ ଜଣେ କର୍ମଚାରୀଙ୍କୁ କୌଶଳକ୍ରମେ ବାହାର କରୁଛନ୍ତି ସକାଳ କର୍ତ୍ତୃପକ୍ଷ। ଖାଲି ସେତିକି ନୁହେଁ, ଯେଉଁ କାଗଜ ଦିନେ ୨୦ ପୃଷ୍ଠା ଛପା ଯାଉଥିଲା ଏବେ ତାହା ୧୨ରେ ସୀମିତ ହେଉଛି। ଯେଉଁ କାଗଜ ଏକସଙ୍ଗେ ୪ ଜାଗାରୁ ଛପାଯାଉଥିଲା ତାହା ବି ହୋଇପାରୁନାହିଁ। ଏଭଳି ପରିଚାଳନା କ୍ରମେ ସକାଳକୁ ଖବର ରାସ୍ତାରେ ପ୍ରେରିତ କରିବ ବୋଲି ବି ଚର୍ଚ୍ଚା ହେଲାଣି। ‘ଖବର’ ହେଉଛି ଏମିତି ଏକ ସମ୍ବାଦପତ୍ର ଯାହା ଅନେକ ସୁନାମ ଅର୍ଜନ କରିଥିଲା। ପ୍ୟାରୀମୋହନ ମହାପାତ୍ର ଯେତେବେଳେ ବିଜେଡିର ଚାଣକ୍ୟ ପଦରେ ରହିଥିଲେ ସେତେବେଳେ ରାଜ୍ୟର ଗଣମାଧ୍ୟମକୁ ନିଜ ରାସ୍ତାରେ…

Read More