Author: Sarasinee Subudhi

ରାଜ୍ୟରେ ବିଜେପି ସରକାରଙ୍କ ପ୍ରଥମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍ ୨୦ ତାରିଖରେ ‘ଓଡ଼ିଶା ଭିଜନ-୨୦୩୬’ ଡକ୍ୟୁମେଣ୍ଟ ଉନ୍ମୋଚନ କରିବେ । ରବିବାର ସାମ୍ବାଦିକମାନଙ୍କୁ ସୂଚନା ଦେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ବ୍ୟାପକ ପରାମର୍ଶ ପରେ ଏହି ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଇଛି । ଏବଂ ଜନ କଲ୍ୟାଣ, ଭିତ୍ତିଭୂମି, କୃଷି ଏବଂ ଗ୍ରାମୀଣ ସଶକ୍ତିକରଣ ସମେତ ସମସ୍ତ ଦିଗ ଏବଂ କ୍ଷେତ୍ରକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି । ହରିଚନ୍ଦନ ଆହୁରି କହିଛନ୍ତି, “ଏହି ଭିଜନ ଡକ୍ୟୁମେଣ୍ଟ ଆମ ସରକାରଙ୍କ ବିକାଶ ପ୍ରାଥମିକତାକୁ ପ୍ରତିଫଳିତ କରେ ଏବଂ ଏକ ବିକଶିତ ରାଜ୍ୟର ଇଚ୍ଛିତ ଲକ୍ଷ୍ୟ ହାସଲ ପାଇଁ ରୋଡ ମ୍ୟାପ୍ ହେବ । ଦେଶର ସାମଗ୍ରିକ ବିକାଶ ପାଇଁ ସ୍ପଷ୍ଟ ଭିଜନ ରଖିଥିବା ‘ବିକାଶ ପୁରୁଷ’ ମୋଦିଙ୍କୁ ଏହି ଡକ୍ୟୁମେଣ୍ଟ ହସ୍ତାନ୍ତର କରିବାର ସୌଭାଗ୍ୟ ଆମକୁ ମିଳିବ ।  ୨୦୩୬ ସୁଦ୍ଧା ଯେତେବେଳେ ଓଡ଼ିଶା…

Read More