What's Hot
Author: Sarasinee Subudhi
ପ୍ରକାଶ ପାଇଲା ନିଟ୍-ୟୁଜି ୨୦୨୫ ପରୀକ୍ଷା ଫଳ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(NTA) ପକ୍ଷରୁ ଶନିବାର ରେଜଲ୍ଟ ପ୍ରକାଶ କରାଯାଇଛି। ରାଜସ୍ଥାନର ମହେଶ କୁମାର ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି। ସ୍ନେହାଶିଷ ଦାଶ ଓଡ଼ିଶା ଟପ୍ପର ହୋଇଛନ୍ତି। ସର୍ବଭାରତୀୟ ରାଙ୍କରେ ୬୦ତମ ସ୍ଥାନରେ ରହିଛନ୍ତି ସ୍ନେହାଶିଷ। ନିଟ୍-ୟୁଜି ୨୦୨୫ ପାଇଁ ମେ ୪ରେ ଗୋଟିଏ ସିଫ୍ଟରେ ୨୪ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଯେଉଁଥିରୁ ୧୨,୩୬,୫୩୧ ଜଣ ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରିଛନ୍ତି। ସେହିପରି ମୋଟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୯,୨୩୮ ଜଣ ଓଡ଼ିଶାରୁ ରହିଥିବା ବେଳେ ୩୧,୬୭୩ ଜଣ ପରୀକ୍ଷାରେ ଉତିର୍ଣ୍ଣ ହୋଇଛନ୍ତି। ରେଜଲ୍ଟ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀମାନଙ୍କୁ ଇ-ମେଲ୍ରେ ସ୍କୋରକାର୍ଡ ଦେଖିବାକୁ ପରାମର୍ଶ ଦିଆଯାଇଛି। ରାଜସ୍ଥାନର ମହେଶ କୁମାର ପରୀକ୍ଷାରେ ଟପ୍ପର ହୋଇଥିବା ବେଳେ, ମଧ୍ୟପ୍ରଦେଶର ଉତ୍କର୍ଷ ଆୱାଧିୟା ଏବଂ ମହାରାଷ୍ଟ୍ରର କୃଶାଙ୍ଗ ଜୋଶୀ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଓଡ଼ିଶାର ସ୍ନେହାସିସ NEET ଅଲ୍ ଇଣ୍ଡିଆ ରାଙ୍କରେ ଟପ୍ ୧୦୦ ତାଲିକାର…
