Author: Sarasinee Subudhi

ପଶ୍ଚିମ ଏସିଆ ପୁଣିଥରେ ଯୁଦ୍ଧର ଜ୍ୱାଳାରେ ଜଳୁଛି। ଇସ୍ରାଏଲ ଇରାନକୁ ପରମାଣୁ ଅସ୍ତ୍ର ହାସଲ କରିବାରୁ ରୋକିବାର ଉଦ୍ଦେଶ୍ୟରେ ତେହେରାନ ଉପରେ ଆକ୍ରମଣ କରିଛି। ଇସ୍ରାଏଲୀ ସେନାର ଦାବି ଅନୁଯାୟୀ, ଏହି ଆକ୍ରମଣରେ ଇରାନର ଅନେକ ପରମାଣୁ କେନ୍ଦ୍ର ଧ୍ୱଂସ ହୋଇଛି। ଏହି ଆକ୍ରମଣରେ ଇରାନର ସେନା ମୁଖ୍ୟଙ୍କ ସମେତ କିଛି ପରମାଣୁ ବୈଜ୍ଞାନିକ ମଧ୍ୟ ନିହତ ହୋଇଛନ୍ତି। ଇସ୍ରାଏଲର ଆକ୍ରମଣ ପରେ ଇରାନ ଯୁଦ୍ଧ ଘୋଷଣା କରିଛି ଏବଂ ଇସ୍ରାଏଲ ଉପରେ ମିସାଇଲ ଓ ଡ୍ରୋନ ଆକ୍ରମଣ କରିଛି। ଇରାନୀ ଆକ୍ରମଣରେ ଇସ୍ରାଏଲର ରାଜଧାନୀ ତେଲ ଅଭିଭ ସମେତ ଅନେକ ସହର ଓ ଅଞ୍ଚଳରେ ବ୍ୟାପକ ଧ୍ୱଂସଲୀଳା ଘଟିଛି। ବର୍ତ୍ତମାନ ଉଭୟ ପକ୍ଷରୁ ଲଗାତାର ମିସାଇଲ ଆକ୍ରମଣ ଜାରି ରହିଛି। ଏହି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ଇସ୍ରାଏଲର ଆଇରନ୍ ଡୋମ ଭଳି ଅତ୍ୟାଧୁନିକ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଥାଇ ମଧ୍ୟ ଇରାନୀ ମିସାଇଲଗୁଡ଼ିକ କିପରି ଏତେ ବିନାଶ ଘଟାଇଲା?…

Read More