Author: Sarasinee Subudhi

ମୋହନ ସରକାରଙ୍କୁ ଗାଳିଦେଲେ କଂଗ୍ରେସ ମହାସଚିବ ତଥା ସାଂସଦ ପ୍ରିୟଙ୍କା ଗାନ୍ଧୀ। ରାଜ୍ୟରୁ ଯାଇ ଦିଲ୍ଲୀରେ ପହଞ୍ଚିଛି ଲାଣି ମହିଳାଙ୍କ ଉପରେ ଅତ୍ୟାଚାର ଘଟଣା । ଗୋପାଳପୁର ବେଳାଭୂମିରେ ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା ନେଇ ମୋହନଙ୍କ ଉପରେ ବର୍ଷିଛନ୍ତି ପ୍ରିୟଙ୍କା। ବୁଧବାର Xରେ ପୋଷ୍ଟ କରି ରାଜ୍ୟ ବିଜେପି ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ପ୍ରିୟଙ୍କା । ସରକାରଙ୍କ ଅପାରଗତା ପାଇଁ ରାଜ୍ୟରେ ପ୍ରତିଦିନ ମହିଳାଙ୍କ ପ୍ରତି ହିଂସା ବୃଦ୍ଧି ପାଉଛି ବୋଲି ସେ ଅଭିଯୋଗ ଆଣିଛନ୍ତି । ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ‘ଓଡ଼ିଶାର ଗୋପାଳପୁରରେ ୧୦ ଜଣ ବ୍ୟକ୍ତିଙ୍କ ଦ୍ୱାରା ଜଣେ ଛାତ୍ରୀଙ୍କ ପ୍ରତି ହୋଇଥିବା ନିର୍ମମତାକୁ ଯେତେ କଠୋର ଶବ୍ଦରେ ନିନ୍ଦା କଲେ ମଧ୍ୟ ତାହା ଯଥେଷ୍ଟ ହେବନି । ଓଡ଼ିଶାରେ ପ୍ରତିଦିନ ମହିଳା ବିରୋଧୀ ହିଂସା ବୃଦ୍ଧି ପାଇବାରେ ଲାଗିଛି । ନିଜେ ମୁଖ୍ୟମନ୍ତ୍ରୀ ସ୍ୱୀକାର କରୁଛନ୍ତି ଯେ ଗତ ପାଞ୍ଚ ବର୍ଷ…

Read More