Author: Sarasinee Subudhi

ପାର୍ସୀ ଧର୍ମ, ଯାହାକୁ ଜୋରାଷ୍ଟ୍ରିଆନିଜିମ ମଧ୍ୟ କୁହାଯାଏ, ଶତାବ୍ଦୀ ପୂର୍ବେ ଇରାନରୁ ଭାରତକୁ ଆସିଥିଲା। ଏହା ବିଶ୍ୱର ସବୁଠାରୁ ପୁରାତନ ଏକେଶ୍ୱରବାଦୀ ଧର୍ମଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏହି ଧର୍ମର ପ୍ରତିଷ୍ଠା ପୈଗମ୍ବର ଜରଥୁଷ୍ଟ୍ର ପ୍ରାଚୀନ ଫାରସରେ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ କରିଥିଲେ। ପ୍ରାଚୀନ କାଳରେ ଇରାନକୁ ଫାରସ ବା ପର୍ସିଆ କୁହାଯାଉଥିଲା। ଏହି କାରଣରୁ ଭାରତରେ ଆସିବା ପରେ ପାରସ୍ୟରୁ ଆସିଥିବା ଏହି ଲୋକମାନଙ୍କୁ ପାର୍ସୀ କୁହାଗଲା। ଐତିହାସିକ ପୃଷ୍ଠଭୂମି ପାର୍ସୀ ଧର୍ମ ପ୍ରତିଷ୍ଠା ପରେ ମଧ୍ୟ ଏସିଆରେ ଏହାକୁ ଗ୍ରହଣୀୟତା ଓ ରାଜକୀୟ ସମର୍ଥନ ମିଳିଥିଲା। ତୃତୀୟ ଶତାବ୍ଦୀରେ ସାନିଆନ ସାମ୍ରାଜ୍ୟରେ ଏହା ରାଜ୍ୟ ଧର୍ମ ଭାବେ ସ୍ଥାପିତ ହେବା ସହିତ ଏହା ନିଜର ଚରମ ସୀମାରେ ପହଞ୍ଚିଥିଲା। କିନ୍ତୁ ୬୫୨ ଖ୍ରୀଷ୍ଟାବ୍ଦରେ ଅରବ ମୁସଲମାନମାନଙ୍କ ହାତରେ ସାସାନିଆନ ସାମ୍ରାଜ୍ୟର ପତନ ହେବା ପରେ ପରିସ୍ଥିତି ବଦଳିଗଲା। ଅଧିକାଂଶ ପାରସୀ ଇସଲାମ ଗ୍ରହଣ କଲେ, ଅନ୍ୟମାନେ ଚୁପଚାପ ନିଜ ଧର୍ମ…

Read More