Author: Sarasinee Subudhi

ରାଜ୍ୟରେ ବିଦ୍ୟୁତ୍ ଯାନ (ଇଭି) ଚଳାଚଳକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ ଏବଂ ରାଜ୍ୟ ସରକାରଙ୍କ ନୂତନ ଇଭି ନୀତି ନିଶ୍ଚିତ ଭାବରେ ପରିବେଶ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ଏକ ସକାରାତ୍ମକ ପଦକ୍ଷେପ । ୨୦୩୦ ସୁଦ୍ଧା ରାଜ୍ୟରେ ୫୦ ପ୍ରତିଶତ ଇଭି ଯାନ ଚଳାଚଳର ଲକ୍ଷ୍ୟ ଏକ ବଡ଼ ପରିବର୍ତ୍ତନର ସୂଚନା ଦେଉଛି। ତିନି ଚକିଆ ଯାନ ପାଇଁ ୨୦,୦୦୦ ଟଙ୍କା ଏବଂ ଚାରି ଚକିଆ ଯାନ ପାଇଁ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ଘରୋଇ ଗାଡ଼ି କ୍ରେତାମାନଙ୍କୁ ଆକୃଷ୍ଟ କରିବାର ସାମର୍ଥ୍ୟ ରଖେ । ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ଓ ଚାରାରୋପଣ ଅଭିଯାନ ଭଳି ଅନ୍ୟ ପରିବେଶ ଅନୁକୂଳ ପଦକ୍ଷେପଗୁଡ଼ିକ ମଧ୍ୟ ସାମଗ୍ରିକ ଭାବେ ଏକ ସୁସ୍ଥ ଭବିଷ୍ୟତ ପାଇଁ ଆଶା ସୃଷ୍ଟି କରୁଛି । ତେବେ, ଇ-ବସ୍ ଚଳାଚଳ କ୍ଷେତ୍ରରେ ଓଡ଼ିଶାର ବାସ୍ତବତା ଭିନ୍ନ ଚିତ୍ର ପ୍ରଦାନ କରୁଛି। ଦେଶରେ…

Read More