Author: Sarasinee Subudhi

ଅସ୍ତ୍ରବିରତି ଘୋଷଣା କରିଛନ୍ତି ମାଓ ସଂଗଠନ । ସୁରକ୍ଷାକର୍ମୀଙ୍କ ମାରାଥନ ମାଓ ଦମନ ଅପରେସନ ପରେ ଶେଷରେ ନରମିଛି ମାଓ ସଂଗଠନ । ଅନ୍ୟ କୌଣସି ଉପାୟ ନପାଇ ଅସ୍ତ୍ରବିରତି ଘୋଷଣା କରିଥିବା ମାଓ ସଂଗଠନ ମୁଖପାତ୍ର ଅଭୟ ସୂଚନା ଦେଇଛନ୍ତି । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି । ଅସ୍ତ୍ର ତ୍ୟାଗ କରିବା ପାଇଁ ୧ ମାସ ସମୟ ମାଗିଛି ନକ୍ସଲବାହିନୀ । ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ) ଏକ ଘୋଷଣାରେ ଅସ୍ତ୍ର ତ୍ୟାଗ ଓ ଆତ୍ମସମର୍ପଣ କରିବା ପ୍ରସ୍ତୁତ ବୋଲି କୁହାଯାଇଛି । ନକ୍ସଲମାନେ ଏହି ପ୍ରକ୍ରିୟାକୁ ଔପଚାରିକ ରୂପ ଦେବା ପାଇଁ ଏକ ମାସର ସମୟ ମାଗିଛନ୍ତି । ସଂଗଠନ କହିଛି, ୨୦୨୫ ମାର୍ଚ୍ଚରୁ ଶାନ୍ତି ବାର୍ତ୍ତା ଲାଗି ପ୍ରଚେଷ୍ଟା ଜାରି ରହିଛି। କେନ୍ଦ୍ରୀୟ କମିଟି ମୁଖପାତ୍ର ଅଭୟ ମେ ୧୦ରେ ପ୍ରେସ୍‌ ବିଜ୍ଞପ୍ତି ଜାରି କରି ଦୁଇପକ୍ଷ ଅସ୍ତ୍ର ବିରତି କରିବା ଲାଗି ନିବେଦନ…

Read More