Author: Sarasinee Subudhi

ଆସୁଛି ପାର୍ବଣ ଋତୁ ଏହା ପୂର୍ବରୁ ସରକାର ପରିବର୍ତ୍ତନ କରିବାକୁ ଯାଉଛନ୍ତି ରେଳ ନିୟମ। ରେଳବାଇ ଆସନ୍ତା ଅକ୍ଟୋବର ମାସ ପହିଲାରୁ ଅନ୍‌ଲାଇନ୍‌ ଟିକଟ ବୁକିଂ ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ଯାଉଛି। ଆସନ୍ତା ମାସଠାରୁ ସାଧାରଣ ବର୍ଗର ଟିକଟ ସଂରକ୍ଷଣ ପାଇଁ ମଧ୍ୟ ଇ-ଆଧାର ପ୍ରମାଣୀକରଣ ବାଧ୍ୟତାମୂଳକ ହେବ ବୋଲି ଜଣାପଡ଼ିଛି । ବର୍ତ୍ତମାନ କେବଳ ତତ୍କାଳ ଟିକଟ ବୁକିଂ ପାଇଁ ତାହା ଅପରିହାର୍ଯ୍ୟ ରହିଛି। ରେଳ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜରିଆରେ ଏହା ଜଣାପଡ଼ିଛି। ମନ୍ତ୍ରଣାଳୟ ଅନୁସାରେ ଆଇଆର୍‌ସିଟିସି ୱେବ୍‌ସାଇଟ୍‌ କିମ୍ବା ଆପ୍ ଜରିଆରେ ସାଧାରଣ ସଂରକ୍ଷଣ ସୁବିଧା ଖୋଲିବା ପୂର୍ବ ୧୫ ମିନିଟ୍‌ରେ ଟିକଟ ବୁକିଂ କରିବାକୁ ହେଲେ ଆଧାର ପ୍ରମାଣୀକରଣ ଆବଶ୍ୟକ ହେବ। ଏହା ଜରିଆରେ ଜାଲ୍‌ ଆଇଡି, ଏଜେଣ୍ଟଙ୍କ ଟିକଟ କଳାବଜାରୀ ଓ ବଟ୍‌ସ ଉପରେ ଅଙ୍କୁଶ ଲଗାଇବାକୁ ରେଳବାଇ ଲକ୍ଷ୍ୟ ରଖିଛି। ଯଦି ଆଇଆର୍‌ସିଟିସି ଆକାଉଣ୍ଟ୍‌ ସହ ପୂର୍ବରୁ ଆଧାର ଲିଙ୍କ୍‌ ହୋଇଥିବ ତେବେ…

Read More