Author: Sarasinee Subudhi

ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ(ଜେଇଏମ) ମୁଖ୍ୟ ମାସୁଦ ଆଝାରର ପରିବାର ଭାରତୀୟ ସେନାର ଅପରେସନ ସିନ୍ଦୂରରେ ଛାରଖାର ହୋଇଛି। ଭାରତୀୟ ସେନା ଆକ୍ରମଣରେ ମାସୁଦର ପରିବାରକୁ ଖଣ୍ଡ ଖଣ୍ଡ ହୋଇଯାଇଛି ବୋଲି ମାନିଛି ଜୈଶର ଟପ୍ କମାଣ୍ଡର ମାସୁଦ ଇଲିୟାସ କାଶ୍ମୀରୀ। ପାକିସ୍ତାନରେ ଏକ ସଭାରେ ଇଲିୟାସ କାଶ୍ମୀରୀ ଏହା ସ୍ଵୀକାର କରିଛି, ଯାହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଇଲିୟାସ କହୁଥିବା ଦେଖିବାକୁ ମିଳିଛି ଯେ, ଭାରତୀୟ ସେନାର ମେ ୭ ଆକ୍ରମଣ ପାକିସ୍ତାନର ବହଓ୍ବଲପୁରରେ ଥିବା ଜୈଶ ମୁଖ୍ୟାଳୟ ମରକଜ ସୁଭାନଲ୍ଲାଃକୁ ଟାର୍ଗେଟ କରି ହୋଇଥିଲା। ଇଲିୟାସ ଆହୁରି କହିଥିଲା ଯେ, ଆମେ ଆତଙ୍କବାଦକୁ ଆଲିଙ୍ଗନ କଲୁ ଏବଂ ଦିଲ୍ଲୀ, କାବୁଲ, କାନ୍ଦାହାରରେ ଲଢ଼ି ଆମ ଦେଶର ସୀମାକୁ ସୁରକ୍ଷା ଦେଲୁ। ସବୁ କିଛି ତ୍ୟାଗ କରିବା ପରେ ଭାରତୀୟ ସେନା ମେ ୭ରେ ବହଓ୍ବଲପୁରରେ ଆକ୍ରମଣ କରି ମାସୁଦ ଆଝାରର ପରିବାରୁ ଛାରଖାର…

Read More