Author: Sarasinee Subudhi

ଭାରତ ସିନ୍ଧୁ ଜଳ ଚୁକ୍ତିନାମା (IWT) ସ୍ଥଗିତ ରଖିବା ପରେ, ପାକିସ୍ତାନର ତିନୋଟି ପ୍ରମୁଖ ଅଞ୍ଚଳରେ ନଦୀର ଜଳ ପ୍ରବାହ ୨୦% ହ୍ରାସ ପାଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ୨୩ ଏପ୍ରିଲରେ ସିନ୍ଧୁ ଜଳ ଚୁକ୍ତିନାମା ରଦ କରିବା ସହ ଭାରତ ଜଳ ପ୍ରବାହକୁ ନିୟନ୍ତ୍ରଣ କରିଥିଲା। ଯେଉଁଥି ପାଇଁ ପାକିସ୍ତାନରେ ଜଳ ସଙ୍କଟ ଆହୁରି ଗମ୍ଭୀର ହୋଇଛି। ପାକିସ୍ତାନ ଏବେ ବର୍ଷାରେ ଆଶ୍ଵସ୍ତ ପାଇବାକୁ ଆଶା ରଖିଛି। ସରକାରୀ ସଂଖ୍ୟା ଅନୁସାରେ, ଜୁନ୍ ୨୦ ତାରିଖରେ ପାକିସ୍ତାନରେ ଜଳ ପ୍ରବାହ ଗତ ବର୍ଷ ତୁଳନାରେ ପ୍ରାୟ ୨୦% ହ୍ରାସ ପାଇଛି। ଭାରତ ସିନ୍ଧୁ ଏବଂ ଚେନାବ ନଦୀର ପାଣିକୁ ବ୍ୟାସ ନଦୀ ସହିତ ସଂଯୋଗ କରିବାକୁ ଏବଂ ଗଙ୍ଗାସାଗରକୁ ୧୬୦ କିଲୋମିଟର ଲମ୍ବା ସୁଡ଼ଙ୍ଗ ନିର୍ମାଣ କରିବାକୁ ଯୋଜନା କରୁଛି। ଏହା ପାକିସ୍ତାନ ପାଇଁ ପରିସ୍ଥିତିକୁ ଆହୁରି କଷ୍ଟକର କରିପାରେ। ନିଜ ଭୁଲ ପାଇଁ ପାକିସ୍ତାନ ଦେଉଛି ମୂଲ୍ୟ…

Read More