Author: Sarasinee Subudhi

ଭାରତର ରେଳ ମାନଚିତ୍ରରେ ବୌଦ୍ଧ ଜିଲ୍ଲାକୁ ସାମିଲ କରିବା ସହିତ ଓଡ଼ିଶାର ରେଳ ବିକାଶରେ ଏକ ନୂଆ ଅଧ୍ୟାୟ ଆଜି ଯୋଡି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ଅବସରରେ, ୧,୩୭୬ କୋଟି ଟଙ୍କାରେ ନିର୍ମିତ ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନର ସୋନପୁର-ପୁରୁଣାକଟକ ସେକ୍ସନକୁ ଆଜି ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ୪୪ କିଲୋମିଟର ଲମ୍ବ ବିସ୍ତାର ବୌଦ୍ଧ ଜିଲ୍ଲା ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ପ୍ରଥମ ରେଳ ଲାଇନ, ଆଜି ଏହି ଅଞ୍ଚଳବାସୀଙ୍କ ଦୀର୍ଘକାଳୀନ ସ୍ବପ୍ନ ପୂରଣ ହୋଇଛି। ସୋନପୁର-ପୁରୁଣାକଟକ ଲାଇନ ହେଉଛି ବୃହତ ୩୦୧ କିଲୋମିଟର ଲମ୍ବ ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ କରିଡରର ଏକ ଅଂଶ, ଏବଂ ଏହି ସେକ୍ସନର ଶୁଭାରମ୍ଭ ସୋନପୁର ଏବଂ ପୁରୁଣାକଟକ ମଧ୍ୟରେ ପ୍ରଥମ ଥର ପାଇଁ ରେଳ ଚଳାଚଳକୁ ସକ୍ଷମ କରିବ। ଦୁଇଟି ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନ ବୌଦ୍ଧରୁ ଚଳାଚଳ ଆରମ୍ଭ କରିବ: ବୌଦ୍ଧ-ଭୁବନେଶ୍ୱର ନୂତନ-ବୌଦ୍ଧ ସାପ୍ତାହିକ ଏକ୍ସପ୍ରେସ୍ ପ୍ରତି…

Read More