Author: Sarasinee Subudhi

ଚୀନରେ ଇଣ୍ଟରନେଟ୍ ଉପରେ ସେନ୍ସରସିପ୍  କଠୋରତା ଏବେ ଏକ ନୂତନ ସ୍ତରରେ ପହଞ୍ଚିଛି। ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସରକାର ଖୁବଶୀଘ୍ର ଏକ ଜାତୀୟ ଇଣ୍ଟରନେଟ୍ ଆଇଡି କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଚୀନ ଇଣ୍ଟରନେଟ୍ ଉପରେ ପୂର୍ବରୁ ବିସ୍ତାର କରିଥିବା ନଜରର ଜାଲ ଏବେ ଆହୁରି କଠୋର ହେବାକୁ ଯାଉଛି। ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସରକାର ଖୁବ୍ ଶୀଘ୍ର ଏକ ଜାତୀୟ ଇଣ୍ଟରନେଟ୍ ଆଇଡି କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏକ ଡିଜିଟାଲ୍ ପରିଚୟପତ୍ର ଯାହା ସହିତ ପ୍ରତ୍ୟେକ ବ୍ୟବହାରକାରୀଙ୍କ ଅନଲାଇନ୍ ପରିଚୟ ଲିଙ୍କ୍ ହେବ। ଏଥିରୁ ସ୍ପଷ୍ଟ ଯେ ଏବେ ଯଦି କେହି ମିଛ କୁହଛି, ସରକାରଙ୍କ ଇଚ୍ଛା ବିରୁଦ୍ଧରେ କିଛି ଲେଖୁଛି କିମ୍ବା ନିଜର ପରିଚୟ ଲୁଚାଇ ରଖିବାକୁ ଚେଷ୍ଟା କରୁଛି, ତେବେ ତାଙ୍କ ଆକାଉଣ୍ଟ ତୁରନ୍ତ ବନ୍ଦ ହୋଇଯିବ। ଚୀନ ସରକାର କହୁଛନ୍ତି ଯେ ଏହି ବ୍ୟବସ୍ଥା ଲୋକଙ୍କ ବ୍ୟକ୍ତିଗତ ସୂଚନାକୁ ସୁରକ୍ଷିତ ରଖିବ ଏବଂ ଡିଜିଟାଲ୍ ଅର୍ଥନୀତିକୁ ପ୍ରୋତ୍ସାହିତ…

Read More