Author: Sarasinee Subudhi

ଇସ୍ରାଏଲ ସହିତ ଭାରତର ସମ୍ପର୍କ ଭଲ ଏ କଥା ସମସ୍ତେ ଜାଣନ୍ତି। ତେବେ ଜାତିସଂଘରେ ଇସ୍ରାଏଲକୁ ନିନ୍ଦା କରିଛି ଭାରତ। କାତାର ଉପରେ ଇସ୍ରାଏଲ ଆକ୍ରମଣ କରିଥିବାରୁ ଭାରତ ଏହାକୁ ନିନ୍ଦା କରିଛି। ଭାରତ କହିଛି ଯେ କାତାର ଉପରେ ଇସ୍ରାଏଲ ଯେଉଁ ଆକ୍ରମଣ କରିଛି ଏହା ତା’ର ସାର୍ବଭୌମତ୍ବର ଉଲ୍ଲଙ୍ଘନ କରିଛି। ଜାତିସଂଘସ୍ଥିତ ଭାରତର ପ୍ରତିନିଧି ଅରିନ୍ଦମ ବାଗଚୀ କହିଛନ୍ତି ଯେ ପ୍ରତ୍ୟେକ ଦ୍ବିପାକ୍ଷିକ ମତଭେଦକୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଭାରତ ଗୁରୁତ୍ବ ଦିଏ। ମାତ୍ର ଇସ୍ରାଏଲ କଥାବାର୍ତ୍ତା ପରିବର୍ତ୍ତେ ସାମରିକ କାର୍ଯ୍ୟାନୁଷ୍ଠାନକୁ ଗୁରୁତ୍ବ ଦେଉଥିବାରୁ ଭାରତ ଏହାକୁ ନିନ୍ଦା କରିଛି। ଗତ ସପ୍ତାହରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାତାର ଅମିର ଶେଖ ତମିମ୍ ବିନ୍ ହମାଦ ଅଲ୍‌ ଥାନିଙ୍କୁ ଫୋନ କରି ଇସ୍ରାଏଲର ଆକ୍ରମଣକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହାସହ ଭାରତ  ଉଭୟ ପକ୍ଷକୁ ପରିସ୍ଥିତିକୁ ଆହୁରି ଖରାପ ନ କରିବାକୁ ଏବଂ ଶାନ୍ତି…

Read More