Author: Sarasinee Subudhi

ଇସ୍ରାଏଲ-ଇରାନ ଯୁଦ୍ଧରେ ଆମେରିକାର ସିଧାସଳଖ ପ୍ରବେଶ ଘଟିଛି। ଏହା ଇରାନର ତିନୋଟି ପରମାଣୁ କେନ୍ଦ୍ର ଫୋର୍ଡୋ, ନାଟାଞ୍ଜ ଓ ଇସ୍ଫାହାନ ଉପରେ ବି-୨ ଷ୍ଟିଲଥ ବୋମାବର୍ଷକ ଜାହାଜରୁ ବୋମା ବର୍ଷା କରିଛି। ଏହା ଏହି କେନ୍ଦ୍ରଗୁଡ଼ିକ ଉପରେ ବଙ୍କର ଭେଦି (ବଙ୍କର ବଷ୍ଟର) ବୋମା ପକାଇଛି। ଏହାଦ୍ୱାରା ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁସାରେ, ଏହି ଆକ୍ରମଣ ୨୨ ଜୁନ ସ୍ଥାନୀୟ ସମୟ ରାତି ୨:୩୦ରେ ହୋଇଥିଲା। ଆମେରିକୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଏହି ଆକ୍ରମଣ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ‘ପୂର୍ଣ୍ଣତଃ ନଷ୍ଟ’ କରିଦେଇଛି, କିନ୍ତୁ ବିଶେଷଜ୍ଞମାନେ କହୁଛନ୍ତି ଯେ ଫୋର୍ଡୋ ପରି ଗଭୀର କେନ୍ଦ୍ରଗୁଡ଼ିକୁ କ୍ଷତି ପହଞ୍ଚାଇବାର ସଫଳତା ସନ୍ଦେହଜନକ। ଆମେରିକା ଏହି ଆକ୍ରମଣରେ ଜିବିୟୁ-୫୭ଏ/ବି ମାସିଭ ଅର୍ଡନାନ୍ସ ପେନେଟ୍ରେଟର (ଏମଓପି) ବୋମା ବ୍ୟବହାର କରିଛି, ଯାହାକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଅଣ-ପରମାଣୁ ବଙ୍କର ଭେଦି ବୋମା ବୋଲି ବିବେଚନା…

Read More