Author: Sarasinee Subudhi

ଆସନ୍ତା ୨୭ ତାରିଖରୁ ପୁରୀରେ ଆରମ୍ଭ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମୟରେ ଗମାନଗମନ ସୁଗମ କରିବା ପାଇଁ ପୂର୍ବତଟ ରେଳପଥ ବଡ଼ ଘୋଷଣା କରିଛି। ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକର ତୀର୍ଥଯାତ୍ରୀ ଏବଂ ଭକ୍ତମାନଙ୍କ ଯାତ୍ରା ସୁଗମ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରିଛି ପୂର୍ବତଟ ରେଳପଥ। ଚଳିତ ରଥଯାତ୍ରା ସମୟରେ ନିୟମିତ ଚଳାଚଳ କରୁଥିବା ଟ୍ରେନ ବ୍ୟତୀତ ୩୬୫ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବା ପାଇଁ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସ୍ୱତନ୍ତ୍ର ଟ୍ରେନ ସେବାଗୁଡ଼ିକ ରାଜ୍ୟର ବିଭିନ୍ନ ସ୍ଥାନରୁ ଚଳାଚଳ କରାଯିବାକୁ ଯୋଜନା କରାଯାଇଛି ଏବଂ ରଥଯାତ୍ରା ମହୋତ୍ସବର ପ୍ରମୁଖ ଦିନଗୁଡ଼ିକରେ ବିଶେଷ ଗୁରୁତ୍ୱ ଦିଆଯିବ। ଏହି ବିଶେଷ ଦିନଗୁଡ଼ିକରେ ରାଉରକେଲା, ବୀରମିତ୍ରପୁର, ବାଙ୍ଗିରିପୋଷି, ଜୁନାଗଡ଼ ରୋଡ୍, ବାଦାମପାହାଡ଼, ବୌଦ୍ଧ, ଜଗଦଲପୁର, ବାଲେଶ୍ୱର, ଅନୁଗୁଳ, ଗୁଣୁପୁର, ରାୟଗଡ଼ା, ପାରାଦୀପ, ଭଦ୍ରକ, କେନ୍ଦୁଝର, ଦଶପଲ୍ଲା, ଖୋର୍ଦ୍ଧା ରୋଡ୍, ଭଦ୍ରକ, ସମ୍ବଲପୁର, ତାଳଚେର, କଟକ, ବ୍ରହ୍ମପୁର,…

Read More