Author: Sarasinee Subudhi

ରଥ ପୂର୍ବରୁ ବଡ଼ ବିଭ୍ରାଟ। ଚୋରି ହୋଇଗଲା ଦଶମୂଳ ମୋଦକ। ଶ୍ରୀମନ୍ଦିର ଗାରଦରୁ ମହାପ୍ରଭୁ ଜଗନ୍ନାଥଙ୍କ ଦଶମୂଳ ମୋଦକ ଚୋରି। ଶ୍ରୀଜୀଉଙ୍କୁ ଲାଗି କରାଗଲା ମାରା ମୋଦକ । ୭୦ଟି ମୋଦକ ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି । କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛନ୍ତି ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର । ଅଣସର ଏକାଦଶୀ ଦିନ ଦଶମୂଳ ମୋଦକ ଲାଗି ହୋଇଥାଏ। ଯାହକି କବିରାଜ ସେବକମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥାଏ। ସ୍ନାନ ପୂର୍ଣ୍ଣିମାରେ ମହାସ୍ନାନ ପରେ ଜ୍ବରରେ ପଡ଼ିଛନ୍ତି ମହାପ୍ରଭୁ । ସୁସ୍ଥ ହେବା ପାଇଁ ପାରମ୍ପରିକ ପଦ୍ଧତିରେ ଚାଲିଛି ଚିକିତ୍ସା । ଫୁଲୁରି ତେଲ ଲାଗି ପରେ ରାଜବୈଦ୍ୟ ଦଶମୂଳ ମୋଦକ ଗାରଦରେ ଦାଖଲ କରିବାର ପରମ୍ପରା ରହିଛି । ସେହି ନିୟମ ଅନୁଯାୟୀ ଏକାଦଶୀ ଦିନ ରାଜବୈଦ୍ୟ ମୋଟ ୩୧୩ଟି ମୋଦକ ଦାଖଲ କରିଥିଲେ। କିନ୍ତୁ ଏଥିରୁ ୭୦ଟି ମୋଦକ କମ ଥିବା…

Read More