Author: Sarasinee Subudhi

ସାରା ବିଶ୍ୱରେ ଏବେ ଇରାନ ଓ ଇସ୍ରାଏଲ ଯୁଦ୍ଧ ପାଇଁ ଖୁବ ଚର୍ଚ୍ଚାରେ ଅଛନ୍ତି। ଆପଣ ଜାଣିଛନ୍ତି କି, ଭାରତରେ ମଧ୍ୟ ଗୋଟିଏ ଅଞ୍ଚଳ ଅଛି ଯାହାକୁ ମିନି ଇରାନ କୁହାଯାଏ। ସେହିପରି ଦେଶରେ ଅତି କମରେ ତିନୋଟି ସ୍ଥାନ ଅଛି, ଯାହାକୁ ମିନି ଇସ୍ରାଏଲ ବା ଛୋଟ ଇସ୍ରାଏଲ କୁହାଯାଏ। ତେଲଙ୍ଗାନାର ରାଜଧାନୀ ହାଇଦ୍ରାବାଦର ଐତିହାସିକ ଓ ସାଂସ୍କୃତିକ ଦୃଷ୍ଟିରୁ ଇରାନ ସହିତ ସବୁବେଳେ ଏକ ବିଶେଷ ସମ୍ପର୍କ ରହିଛି। ଏହି ସହରରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଗତ ୪୦୦ ବର୍ଷ ମଧ୍ୟରେ ଇରାନରୁ ଏଠାକୁ ଆସି ଏଠାରେ ସ୍ଥାୟୀ ହୋଇଛନ୍ତି। ସେମାନଙ୍କ ରୀତିନୀତି ଓ ପର୍ବପର୍ବାଣୀ ଏବେ ବି ଇରାନୀୟଙ୍କ ସହ ମିଶୁଛି। ସେହିପରି ହିମାଚଳ ପ୍ରଦେଶର କସୋଲ, ଧର୍ମକୋଟକୁ ମିନି ଇସ୍ରାଏଲ କୁହାଯାଏ। ମିଜୋରାମକୁ ମଧ୍ୟ ଛୋଟ ଇସ୍ରାଏଲ କୁହାଯାଏ। ହାଇଦ୍ରାବାଦକୁ ଛୋଟ ଇରାନ କୁହାଯାଏ କାରଣ ଏଠାରେ ସଂସ୍କୃତି, ଖାଦ୍ୟ, ଭାଷା, ସ୍ଥାପତ୍ୟ ଓ…

Read More