Author: Sarasinee Subudhi

ଆମେରିକା ରବିବାର ଦିନ ଇରାନର ତିନୋଟି ପରମାଣୁ ସ୍ଥାନ ନାଟାନ୍ଜ, ଫୋର୍ଡୋ ଓ ଇସଫାହାନରେ ବୋମା ମାଡ଼ କରିଥିଲା। ଏହାର ଗୋଟିଏ ଦିନ ପରେ, ଅର୍ଥାତ୍ ସୋମବାର (୨୩ ଜୁନ) ଇରାନ ପ୍ରତିଶୋଧ ନେଇ କତାରରେ ଥିବା ଆଲ-ଉଦେଇଦ ଏୟାର ବେସରେ ଆକ୍ରମଣ କରିଥିଲା। ଏହି ଏୟାର ବେସକୁ ଆମେରିକୀୟ ବାୟୁସେନା ପରିଚାଳନା କରେ ଓ ଏହା ଆମେରିକାର ସେଂଟ୍ରାଲ କମାଣ୍ଡର ଅଗ୍ରଗାମୀ ମୁଖ୍ୟାଳୟ। ଇରାନର ଏହି ଆକ୍ରମଣ ବେଶ ଯୋଜନାବଦ୍ଧ, ସୁନିଶ୍ଚିତ ଓ ସ୍ପଷ୍ଟ ଭାଷାରେ କହିବାକୁ ଗଲେ ପ୍ରତୀକାତ୍ମକ ଥିଲା। ଇରାନ କମ କ୍ଷମତା ସମ୍ପନ୍ନ ମିସାଇଲ ବ୍ୟବହାର କରିଥିଲା। ଏହା ସହ ଆକ୍ରମଣ ପୂର୍ବରୁ ଇରାନ କତାର ଓ ଆମେରିକାକୁ ମିସାଇଲ ମାଡ଼ କରିବାର ସୂଚନା ଦେଇଥିଲା। ଇରାନର ଉଦ୍ଦେଶ୍ୟ ସ୍ପଷ୍ଟ ଥିଲା ଯେ ତା’ର ଆକ୍ରମଣରେ କେହି ହତାହତ ନ ହୁଅନ୍ତୁ। ସମସ୍ତ ଇରାନୀ ମିସାଇଲକୁ ଅଟକାଇ ଦିଆଯାଇଥିଲା ଓ ଆକ୍ରମଣରେ କେହି ଆହତ ହୋଇ…

Read More