Author: Sarasinee Subudhi

ଭାରତରେ ଜରୁରୀକାଳୀନ ସ୍ଥିତିର ୫୦ ବର୍ଷ ପୂରଣ ହୋଇଛି। ୧୯୭୫ ମସିହା ଜୁନ ୨୫ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ଫଖରୁଦ୍ଦୀନ ଅଲୀ ଅହମଦ ଦେଶରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିଥିଲେ। ପ୍ରାୟ ୨୧ ମାସ ଧରି ଚାଲିଥିବା ଜରୁରୀକାଳୀନ ପରିସ୍ଥିତି ସମୟରେ କେନ୍ଦ୍ର ସରକାର ଅନେକ ଆଇନରେ ପରିବର୍ତ୍ତନ କରିଥିଲେ। କିଛି ନୂଆ ଅଧ୍ୟାଦେଶ ଜାରି କରାଯାଇଥିଲା। ବିପକ୍ଷ ନେତାମାନଙ୍କୁ ଜେଲରେ ପୁରାଯାଇଥିଲା। ଏହି ସମସ୍ତ ପରିସ୍ଥିତିକୁ ନେଇ ବିଭିନ୍ନ ପ୍ରକାରର ସମାଲୋଚନା ହେଉଥାଏ, କିନ୍ତୁ ଅନ୍ୟ ଦେଶଗୁଡ଼ିକ ଜରୁରୀକାଳୀନ ସ୍ଥିତିକୁ କିପରି ଦେଖୁଥିଲେ? ଆମେରିକା, ସୋଭିଏତ ସଂଘ ଓ ବ୍ରିଟେନ ପରି ବିଶ୍ୱର ଦେଶଗଡ଼ିକ ଜରୟୁରୀକାଳୀନ ସ୍ଥିତିକୁ କେଉଁ ଦୃଷ୍ଟିକୋଣରୁ ଦେଖୁଥିଲେ, ଆସନ୍ତୁ ଜାଣିବାକୁ ଚେଷ୍ଟା କରିବା। ଭାରତରେ ଜରୁରୀକାଳୀନ ସ୍ଥିତି ଏବଂ ୧୯୭୭ ଜାନୁଆରୀରେ ନିର୍ବାଚନ ଘୋଷଣା ମଧ୍ୟରେ ଅନେକ ପ୍ରକାରର ପରିବର୍ତ୍ତନ ଦେଖାଯାଇଥିଲା। ତେବେ, ଏହି ସମୟରେ ଭାରତ ସରକାର…

Read More