Author: Sarasinee Subudhi

ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲୀ ଖାମେନେଈ ବଙ୍କରରୁ କେବେ ବାହାରିବେ? ତେହେରାନରୁ ଇସ୍ରାଏଲର ରାଜଧାନୀ ତେଲ-ଆଭିଭ ପର୍ଯ୍ୟନ୍ତ ଏହି ପ୍ରଶ୍ନ ଚର୍ଚ୍ଚାରେ ରହିଛି। ୧୩ ଜୁନରେ ଇସ୍ରାଏଲର ଆକ୍ରମଣ ପରେ ଖାମେନେଇଙ୍କୁ ଇରାନୀ ସେନା ତେହେରାନ ନିକଟରେ ଏକ ବଙ୍କରରେ ଲୁଚାଇ ଦେଇଥିଲା। ସେହିଦିନଠାରୁ ଖାମେନେଇ ତାଙ୍କ ସୁରକ୍ଷା ବାହିନୀ ସହିତ ବଙ୍କରରେ ରହିଆସୁଛନ୍ତି। ବର୍ତ୍ତମାନର ଚର୍ଚ୍ଚା ଅନୁସାରେ, ୨୮ ଜୁନ (ଶନିବାର) ଦିନ ଖାମେନେଈ ବଙ୍କରରୁ ବାହାରି ପାରନ୍ତି। ଇରାନ ଘୋଷଣା କରିଛି ଯେ ୨୮ ଜୁନରେ ଇସ୍ରାଏଲୀ ଆକ୍ରମଣରେ ନିହତ କମାଣ୍ଡର ଓ ବୈଜ୍ଞାନିକମାନଙ୍କର ଅନ୍ତିମ ସଂସ୍କାର କରାଯିବ। ଏହି ସମ୍ଭାବନା ରହିଛି ଯେ ଇରାନର ଏହି ଶହୀଦ ସୈନିକମାନଙ୍କର ଜନାଜା-ଏ-ନମାଜରେ ଖାମେନେଈ ମଧ୍ୟ ଯୋଗ ଦେଇପାରନ୍ତି। ଏମିତି କାହିଁକି କୁହାଯାଉଛି? ଖାମେନେଇ ଇରାନର ସର୍ବୋଚ୍ଚ ରାଜନୈତିକ ନେତା ତଥା ଧାର୍ମିକ ନେତା ମଧ୍ୟ। ପୂର୍ବରୁ ମଧ୍ୟ ସେ ବଡ଼ କମାଣ୍ଡର ବା ଅଧିକାରୀମାନଙ୍କର ଅନ୍ତିମ ସଂସ୍କାରରେ…

Read More