Author: Sarasinee Subudhi

ରାଜନୀତିରେ ପ୍ରବେଶ କରିବାର ଉଚିତ ଅନୁଚିତ ଭାବିବା ଆଗରୁ ମୁଁ ରାଜନୀତି ଭିତରେ ହିଁ ରହିଯାଇଥିଲି। ଛାତ୍ର ଅବସ୍ଥାରେ ଛାତ୍ର ଆନ୍ଦୋଳନ, ମୋ ଭାଇ ତ୍ରିଲୋଚନ କାନୁନଗୋଙ୍କ ବସ୍ ଆନ୍ଦୋଳନ ଆଦିରେ ଯୋଗଦେଇ ମୁଁ ରାଜନୈତିକ ଲୋକମାନଙ୍କ ସମ୍ପର୍କରେ ଆସିଥିଲି। ଆମେ କଟକରେ ରହୁଥିଲୁ। ତେଣୁ କଟକର ରାଜନୈତିକ ପାଣିପାଗ, ଭାଇଙ୍କର କଂଗ୍ରେସ ଦଳ ସହ ସମ୍ପୃକ୍ତି ଏବଂ ସେ ଦଳର ବହୁ ନେତାଙ୍କ ସହ ଭଲ ସମ୍ପର୍କ ମତେ ଅନ୍ୟ ରାସ୍ତାପାଇଁ ଭାବିବାର ଅବକାଶ ଦେଇନଥିଲା। ମୋ’ ଜୀବନରେ ସବୁଠୁ ଉଲ୍ଲେଖନୀୟ ଘଟନା ହେଉଛି ପ୍ରାୟ ତିନିଦଶନ୍ଧି ଧରି ହୋଇଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କ ପିଲାମାନେ ମୋର ସାଙ୍ଗ, ସହଯୋଗୀ ବା ସହପାଠୀ ଥିଲେ। ତେଣୁ ରାଜ୍ୟ ରାଜନୀତିର ହଇଚଇ ଓ ଉତ୍‌ଥାନ ପତନକୁ ମୁଁ ଖୁବ୍ ପାଖରୁ ଦେଖୁଥିଲି, ଖୁବ୍ ପାଖରୁ ଅନୁଧ୍ୟାନ କରୁଥିଲି ଓ ବେଳେବେଳେ ସେଥିରେ ଅଂଶ ହୋଇ ଯାଇଥିଲି। ଓଡ଼ିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ବୀରେନ୍ ମିତ୍ରଙ୍କ…

Read More