Author: Sarasinee Subudhi

ତାଙ୍କର ନାଁ ଯେମିତି ବଡ଼ ଠାକୁର, କାମ ମଧ୍ୟ ସେମିତି ତାଙ୍କର ବଡ଼, ତାଙ୍କ ଦେଉଳ ବଡ଼, ତାଙ୍କ ଦାଣ୍ଡ ବଡ଼, ତାଙ୍କ ନେତ ବଡ଼, ଖାଇବା ବି ତାଙ୍କର ବଡ଼। ସେଥି ପାଇଁ ତ ଜଗତ ତାଙ୍କୁ ବଡ଼ଖିଆ ଭାବେ ଜାଣନ୍ତି। ସେଥି ପାଇଁ ତ ଦିନରେ ତାଙ୍କର ଆନେକ ସେବା ସାଙ୍ଗକୁ ବିଭିନ୍ନ ଭୋଗ ଲାଗେ। ପୋଡ଼ ପିଠାରୁ ଖିଲି ପାନ ସବୁ ତାଙ୍କର ପ୍ରିୟ। ରତ୍ନ ସିଂହାସନରୁ ଅଣସର ଘର ସବୁଠି ତାଙ୍କର ଲାଗି ହୁଏ ମାନମୁତାବକ ଚିଜ। ରତ୍ନ ସିଂହାସନରେ ବିରାଜିତ ଥିବାବେଳେ ତାଙ୍କ ପାଖରେ ବିଧି ମୁତାବକ ନାନାଦି ଶଙ୍ଖୁଡି ଭୋଗ ଲାଗି ହୋଇଥାଏ। କିନ୍ତୁ ଆଜି ଯେତେବେଳେ ରଥଯାତ୍ରାରେ ଚତୁର୍ଦ୍ଧା ମୂର୍ତ୍ତି ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ମାଉସୀ ଘରକୁ ଯିବାକୁ ସେତେବେଳେ ସମସ୍ତ ଭକ୍ତଙ୍କ ମନରେ ନିହାତି ପ୍ରଶ୍ନ ଉଠୁଥିବ ଠାକୁର ଖାଆନ୍ତି କ’ଣ? ରଥ ଉପରେ ଏକାଧିକ ଦିନ ରହିବା ବେଳେ…

Read More