Author: Sarasinee Subudhi

ରାତିପାହିଲେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ରଥରୁ ପଥ ସବୁ ସରିଛି ତିନି ଦିଅଁଙ୍କୁ ବଡଦାଣ୍ଡଙ୍କୁ ପାଛୋଟି ନେବାକୁ । ସେପଟେ ଭକ୍ତମାନେ ବି ପ୍ରଭୁଙ୍କୁ ରଥରେ ଦେଖିବା ପାଇଁ ଚାତକ ଭଳି ଚାହିଁ ରହିଛନ୍ତି। ଭକ୍ତଙ୍କ ସୁରକ୍ଷା ସହ ସୁରୁଖୁରୁରେ ରଥଯାତ୍ରା ସାରିବା ପାଇଁ ପ୍ରସ୍ତୁତି ଜୋରଦାର କରୁଛି ପ୍ରଶାସନ। ସେପଟେ ଆଜି ନବଯୌବନ ଦର୍ଶନ କରିଛନ୍ତି ହାଜର ହଜାର ଭକ୍ତ। ସନ୍ଧ୍ୟାରେ ହୋଇଛି ଆଜ୍ଞାମାଳ ବିଜେ। ପାରମ୍ପରିକ ରୀତିନୀତି ସହ ଆଜ୍ଞାମାଳ ରଥରେ ବିଜେ ହୋଇଥିଲା । ପ୍ରଥମେ ବଡଭାଇ ବଡ଼ଠାକୁର ବଳଭଦ୍ରଙ୍କ ରଥକୁ ପରେ ପ୍ରଭୁ ଜଗନ୍ନାଥ ଏବଂ ମା’ ସୁଭଦ୍ରାଙ୍କ ରଥରେ ବିଜେ ହୋଇଥିଲା ଆଜ୍ଞାମାଳ। ଆଜ୍ଞାମାଳ ବିଜେ ପରେ ଆଜି ସିଂହଦ୍ୱାର ସମ୍ମୁଖରେ ଲାଗିବ ୩ ରଥ । ରଥଯାତ୍ରା ଦିନ ପହଣ୍ଡିରୁ ରଥ ଟାଣିବା ପର୍ଯ୍ୟନ୍ତ ସମୟ ସୂଚୀ ଆସନ୍ତାକାଲି ସକାଳ ୬ଟାରେ ମଙ୍ଗଳା ଆଳତି, ସକାଳ ୬.୧୦ ରେ ହେବ ମଇଲମ, ୬.୩୦…

Read More