Author: Sarasinee Subudhi

ଗୁରୁବାର ଦିନ ଚୀନର କିଙ୍ଗଦାଓରେ ଆୟୋଜିତ ଶାଙ୍ଘାଇ ସହଯୋଗ ସଂଗଠନ (ଏସସିଓ)ର ରକ୍ଷା ମନ୍ତ୍ରୀମାନଙ୍କ ବୈଠକରେ ଭାରତ ମିଳିତ ବୟାନରେ ହସ୍ତାକ୍ଷର କରିବାକୁ ମନା କରିଦେଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ବୟାନକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ଏହା ଆତଙ୍କବାଦ ଓ ଆଞ୍ଚଳିକ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଭାରତର ସ୍ଥିତିକୁ ଦୁର୍ବଳ କରୁଛି। ବିଶେଷ ଭାବେ ଏହି ବୟାନରେ ୨୨ ଅପ୍ରେଲରେ ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣର ଉଲ୍ଲେଖ ନଥିଲା, ଯେଉଁଥିରେ ୨୬ ଜଣ ହିନ୍ଦୁଙ୍କର ନରସଂହାର ହୋଇଥିଲା। କିନ୍ତୁ ଏଥିରେ ପାକିସ୍ତାନର ବଲୁଚିସ୍ତାନରେ ଉଗ୍ରବାଦୀ କାର୍ଯ୍ୟକଳାପର ଉଲ୍ଲେଖ ଥିଲା। ଭାରତ ଏହାକୁ ପାକିସ୍ତାନର ପକ୍ଷରେ ବୋଲି ବିଚାର କଲା। ଏହି ଘଟଣା କେବଳ ଚୀନ ଓ ପାକିସ୍ତାନର ରଣନୀତିକୁ ଉଜାଗର କରିନଥିଲା, ବରଂ ଭାରତର ପୁରୁଣା ମିତ୍ର ରୁଷିଆର ଆଭିମୁଖ୍ୟ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି। ରୁଷିଆ କ’ଣ ଏହି ବୟାନରେ ହସ୍ତାକ୍ଷର କରିଥିଲା?…

Read More