Author: Sarasinee Subudhi

ଆଜି “ଜୟ ଜଗନ୍ନାଥ” ଧ୍ୱନିରେ ପୁରୀର ସହ ପ୍ରକମ୍ପିତ ହେଉଥିବା ବେଳେ ଆକାଶରୁ ଝରି ଗଲା ମୃଦୁ ବର୍ଷା, ଯାହା ଚତୁର୍ଦ୍ଧା ମୂର୍ତ୍ତିଙ୍କ ପ୍ରତି ଏକ ଦିବ୍ୟ ଶ୍ରଦ୍ଧାଞ୍ଜଳିଠାରୁ କମ୍ ନୁହେଁ ବୋଲି କୁହାଯାଉଛି। ପହଣ୍ଡି ବିଜେରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ପ୍ରଭୂ ଜଗନ୍ନାଥ ଗର୍ଭଗୃହରୁ ବାହାରି ଆସୁଥିବା ବେଳେ ବିଭୋର ହୋଇ ଭକ୍ତମାନେ ଦେଖୁଥିଲେ। ଏହି ସମୟରେ ପୁରୀ ଆକାଶରେ ହାଲୁକା ବର୍ଷା ମଧ୍ୟ ଝରି ଯାଇଥିଲା। ଯାହାକୁ ଦେଖି କୁହାଯାଉଛି ଯେ, ଏହା କୌଣସି ସାଧାରଣ ବର୍ଷା ନଥିଲା ଦେବରାଜ ଇନ୍ଦ୍ରି ପ୍ରଭୁଙ୍କ ଦର୍ଶନ ପାଇ ଖୁସିରେ ବିଭୋର ହୋଇ ଏଭଳି ବର୍ଷା କରେଇଛନ୍ତି। ଅନେକ ଭକ୍ତ ବିଶ୍ୱାସ କରନ୍ତି ଯେ ଦେବତାମାନେ ବର୍ଷା ରୂପରେ ସ୍ୱର୍ଗୀୟ ପୁଷ୍ପ ବୃଷ୍ଟି କରି ଗୁଣ୍ଡିଚା ମନ୍ଦିରକୁ ସେମାନଙ୍କର ପବିତ୍ର ଯାତ୍ରାରେ ପବିତ୍ର ତ୍ରିମୂର୍ତ୍ତିଙ୍କୁ ସ୍ୱାଗତ କରୁଥିଲେ। ଯେତେବେଳେ ଠାକୁରମାନେ ଘଣ୍ଟ ଘଣ୍ଟା ତାଳେ ତାଳେ ଝୁମିଥିଲେ, ପ୍ରକୃତି…

Read More