Author: Sarasinee Subudhi

ମୁଖବନ୍ଧରୁ ‘ସମାଜବାଦ’, ଏବଂ ‘ଧର୍ମନିରପେକ୍ଷ ଶବ୍ଦ ହଟେଇବା ପାଇଁ ପୁଣି ଉଠିଲା ଦାବି। ଆରଏସଏସର ନେତା ସମ୍ବିଧାନର ମୁଖବନ୍ଧରୁ ‘ସମାଜବାଦୀ’ ଏବଂ ‘ଧର୍ମନିରପେକ୍ଷ’ ଶବ୍ଦକୁ ହଟାଇବା ପାଇଁ ସମର୍ଥନ କରିଛନ୍ତି। ଆରଏସଏସର ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସାବଲେ ଗୁରୁବାର ସମ୍ବିଧାନର ମୁଖବନ୍ଧରୁ ‘ସମାଜବାଦୀ’ ଏବଂ ‘ଧର୍ମନିରପେକ୍ଷ’ ଶବ୍ଦକୁ ହଟାଇବା ପାଇଁ ସମର୍ଥନ କରିଛନ୍ତି। ୫୦ ବର୍ଷ ତାଳେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବା ନେଇ ସେ କଂଗ୍ରେସକୁ ସମାଲୋଚନା କରିବା ସହ ଏହା ଉପରେ ଜୋର ଦେଇଛନ୍ତି। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ସରକାର ୨୫ ଜୁନ୍ ୧୯୭୫ ମସିହାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରଯାଇଥିଲା। ଯାହା କି ୨୧ ମାର୍ଚ୍ଚ ୧୯୭୭ ପର୍ଯ୍ୟନ୍ତ ଚାଲିଥିଲା ପ୍ରାୟ ୨୧ ମାସର ଅବଧି। ଏହି ସମୟରେ ନାଗରିକଙ୍କ ସ୍ୱାଧୀନତାକୁ ସ୍ଥଗିତ ରଖାଯାଇଥିଲା , ବିରୋଧୀ ନେତା ଏବଂ ପ୍ରେସ୍ ସ୍ୱାଧୀନତା ଉପରେ ନିର୍ମମ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା…

Read More