Author: Sarasinee Subudhi

ଭାରତୀୟ ବାୟୁସେନା ଗତ ମାସରେ, ୬ ଓ ୭ ମେ ରାତିରେ ଅପରେସନ ସିନ୍ଦୁର ଅଧୀନରେ ପାକିସ୍ତାନରେ ଆତଙ୍କବାଦୀ ଠିକଣାଗୁଡ଼ିକୁ ନିଶାନା କରିଥିଲା। ଭାରତ ପିଓକେ ସହିତ ବହାବଲପୁର ସହରରେ ଜୈଶ-ଏ-ମହମ୍ମଦର ମୁଖ୍ୟାଳୟକୁ ମଧ୍ୟ ଧ୍ୱଂସ କରିଥିଲା। ଅପରେସନ ସିନ୍ଦୁରରେ ଆତଙ୍କବାଦୀ ଗୋଷ୍ଠୀ ଜୈଶକୁ ବଡ଼ କ୍ଷତି ହୋଇଥିଲା, କିନ୍ତୁ ପାକିସ୍ତାନ ସରକାର ଓ ସେନାର ସହାୟତାରେ ଏହା ତା’ର ଏହି ‘ସେଣ୍ଟର’କୁ ପୁନଃସ୍ଥାପନ କରୁଛି। ଅପରେସନ ସିନ୍ଦୁର ପରେ କିଛି ସପ୍ତାହ ମଧ୍ୟରେ ବହାବଲପୁରସ୍ଥିତ ମଦରସା, ଟେରର ଟ୍ରେନିଂ ସେଣ୍ଟର ଓ ଆତଙ୍କବାଦୀମାନଙ୍କ ପାଇଁ କୁଖ୍ୟାତ ସ୍ୱିମିଂ ପୁଲ ପୁନର୍ବାର ଖୋଲାଯାଇଛି। ଦ ପ୍ରିଣ୍ଟର ରିପୋର୍ଟ ଅନୁଯାୟୀ, ଭାରତୀୟ ବାୟୁସେନାର ବାୟୁ ଆକ୍ରମଣର ସାମନା କରିଥିବା ବହାବଲପୁରର ସୁଭାନ ଅଲ୍ଲାହ ମଦରସା ପରିସରରେ ଥିବା ସ୍ୱିମିଂ ପୁଲକୁ ଖୋଲାଯାଇଛି। ମଦରସାରେ ମଧ୍ୟ ନିୟମିତ କାର୍ଯ୍ୟକଳାପ ପୁନରାରମ୍ଭ ହୋଇଛି। ମଦରସାରେ ଥିବା ଏହି ସ୍ୱିମିଂ ପୁଲ ବେଶ ବଦନାମ । ଏହା…

Read More