Author: Sarasinee Subudhi

ପୁଣି କ୍ରିକେଟ ମୈଦାନରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ-ପାକିସ୍ତାନ । ସବୁ ବିବାଦ ଓ ଆଲୋଚନାକୁ ପଛରେ ପକାଇ ପାକିସ୍ତାନ ଚଳିତ ଏସିଆ କପ୍‌ର ସୁପର-୪ ରାଉଣ୍ଡକୁ ଯୋଗ୍ୟତା ଅର୍ଜନ କରିଛି । ବୁଧବାର ଏସିଆ କପ୍‌ର ଗ୍ରୁପ୍‌-ଏ’ର ଏକ ମ୍ୟାଚ୍‌ରେ ପାକିସ୍ତାନ ୪୧ ରନ୍‌ରେ ୟୁଏଇକୁ ପରାସ୍ତ କରିଥିଲା । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୯ ୱିକେଟ୍‌ ବିନିମୟରେ ୧୪୬ ରନ ସଂଗ୍ରହ କରିଛି । ତେବେ ଏହି ମ୍ୟାଚରେ ୟୁଏଇ ୧୭.୪ ଓଭରରେ ୧୦୫ ରନ କରି ଅଲ୍‌ ଆଉଟ୍‌ ହୋଇଯାଇଥିଲା । ପାକିସ୍ତାନ ଏହି ବିଜୟ ସହ ଏସିଆ କପ ସୁପର-୪ ରାଉଣ୍ଡକୁ ଏଣ୍ଟ୍ରୀ କରିଛି । ତେଣୁ ଆସନ୍ତା ୨୧ରେ ପୁଣି ପରସ୍ପରକୁ ଭେଟିବେ ଭାରତ-ପାକିସ୍ତାନ ଟିମ୍ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି । ‘ନୋ ହ୍ୟାଣ୍ଡେସେକ୍‌’ ବିବାଦ ଭିତରେ ପୁଣି ଦୁଇ ଦେଶ ମଧ୍ୟରେ ହେବ ମହାମୁକାବିଲା…

Read More