Author: Sarasinee Subudhi

ଆସନ୍ତା ୨୩ରେ ଖୋଲିବ ମହାବାହୁଙ୍କ ରତ୍ନ ବାକ୍ସ, ଗଣତି ମଣତି ସହ ହେବ ରତ୍ନ ସୁରକ୍ଷିତ । ବର୍ଷେ ହେଲା ଅସ୍ଥାୟୀ ଭଣ୍ଡାରରେ ରହିଥିବା ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଆସନ୍ତା ୨୩ ତାରିଖରେ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ। ରତ୍ନଭଣ୍ଡାର ସବ୍‌କମିଟି ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି। ଯଦି ସ୍ଥାନାନ୍ତର ୨୩ରେ ନସରିବ ତେବେ ୨୪ରେ ହେବ ପୁର୍ନବାର ସ୍ଥାନାନ୍ତର । ୨୩ ତାରିଖ ଭୋର୍‌ ୪ଟାରେ ଦ୍ବାରଫିଟା ହେବ। ଦୁର୍ଗାମାଧବ ବିଜେ ପରେ ବା ସକାଳ ୭ଟା ୧୭ରୁ ଆରମ୍ଭ ହେଉଥିବା ମାହେନ୍ଦ୍ର ବେଳାରେ ଏହି ରତ୍ନସବୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି। ସରକାର ଜାରି କରିଥିବା ନିର୍ଦ୍ଦେଶାବଳୀ ଆଧାରରେ ଏହି ସ୍ଥାନାନ୍ତର ପ୍ରକ୍ରିୟା ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ। ତେବେ ଏହା ପୂର୍ବରୁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ କରିବ। ଏବେ ଅସ୍ଥାୟୀ…

Read More