Author: Sarasinee Subudhi

ପାକିସ୍ତାନ ସାଉଦି ମଧ୍ୟରେ ବଡ଼ ପ୍ରତିରକ୍ଷା ଚୁକ୍ତି ହୋଇଛି, ପାକିସ୍ତାନ ଉପରେ ଆକ୍ରମଣ ସାଉଦି ଉପରେ ଆକ୍ରମଣ ବିବେଚନା କରାଯିବ। ଏହି ଚୁକ୍ତି ଦ୍ୱାରା କୌଣସି ଗୋଟିଏ ଦେଶ ଉପରେ ଆକ୍ରମଣ ହେଲେ ତାହାକୁ ଉଭୟ ଦେଶ ମିଳିତ ଭାବେ ଜବାବ ଦେବେ। କିଛିଦିନ ତଳେ ଇସ୍ରାଏଲର ଦୋହା ଉପରେ ଆକ୍ରମଣ ଏବଂ ଅପରେସନ୍‍ ସିନ୍ଦୁର ଦ୍ୱାରା ଭାରତର ପାକିସ୍ତାନ ଉପରେ ଆକ୍ରମଣକୁ ପରିପ୍ରେକ୍ଷୀରେ ଏହି ଚୁକ୍ତିକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଗ୍ରହଣ କରାଯାଉଛି। ବୁଧବାର ଦିନ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ୍‌ ଶରିଫଙ୍କ ସାଉଦି ଆରବ ଗସ୍ତ ସମୟରେ ଏହି ଚୁକ୍ତି ସ୍ୱାକ୍ଷର ହୋଇଛି। ଏହି ଅବସରରେ ସାଉଦି ଆରବର ରାଜା ମୋହମ୍ମଦ୍‌ ବିନ୍‌ ସାଲମାନ ଉପସ୍ଥିତ ଥିଲେ। ‘ଷ୍ଟ୍ରାଟେଜିକ୍‌ ମ୍ୟୁଚୁୟାଲ୍‌ ଡିଫେନ୍ସ୍‌ ଏଗ୍ରିମେଣ୍ଟ୍‌’ ନାମକ ଏହି ଚୁକ୍ତି ସ୍ୱାକ୍ଷର ଦ୍ୱାରା ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ବୃଦ୍ଧି ପାଇବ। ଯେକୌଣସି ଆକ୍ରମଣକୁ ନିୟନ୍ତ୍ରଣ କରିବାରେ ସଂଯୁକ୍ତ ନିରୋଧକ ଶକ୍ତିକୁ ମଜବୁତ୍‌…

Read More