Author: Sarasinee Subudhi

ସୁପ୍ରିମକୋର୍ଟ ନଡ଼ା ପୋଡ଼ିବା ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପ୍ରତିବର୍ଷ ଶୀତ ଆରମ୍ଭ ହେବା ପୂର୍ବରୁ ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ସ୍ତର ବୃଦ୍ଧି ପାଇଥାଏ । ନଡ଼ା ପୋଡ଼ିବା ଏହାର ଏକ କାରଣ ବୋଲି କୁହାଯାଉଛି । ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ସମ୍ପର୍କିତ ଆବେଦନର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ କିଛି ଚାଷୀଙ୍କୁ ଜେଲଦଣ୍ଡ ଦେବା ଅନ୍ୟମାନଙ୍କ ପାଇଁ ଏକ ଶିକ୍ଷା ହେବ ଏବଂ ଏହି ଅଭ୍ୟାସକୁ ରୋକିବାରେ ସାହାଯ୍ୟ କରିବ। ମୁଖ୍ୟ ବିଚାରପତି ବି.ଆର. ଗାଭାଇ ଏବଂ ବିଚାରପତି କେ. ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ଏହି ଭଳି କିଛି କହିଛନ୍ତି। ଆମିକସ୍ କ୍ୟୁରି ଅପରାଜିତା ସିଂହ କହିଛନ୍ତି ଯେ ନଡ଼ା ପୋଡ଼ିବା ରୋକିବା ପାଇଁ ଚାଷୀମାନଙ୍କୁ ସବସିଡି ଏବଂ ଯନ୍ତ୍ରପାତି ଯୋଗାଇ ଦିଆଯାଇଛି, କିନ୍ତୁ ଚାଷୀମାନେ ବାହାନା କରି ଚାଲିଛନ୍ତି। କିଛି ଚାଷୀ ଦାବି କରନ୍ତି ଯେ ସେମାନଙ୍କୁ ସାଟେଲାଇଟ୍ ଦ୍ୱାରା ନିରୀକ୍ଷଣ କରାଯାଉନଥିବା ଅଞ୍ଚଳରେ ନଡ଼ା ପୋଡ଼ିବାକୁ…

Read More