Author: Sarasinee Subudhi

ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ପୈତୋଙ୍ଗତାର୍ନ ଶିନାୱାତ୍ରାଙ୍କୁ ନିଲମ୍ବିତ କରାଯାଇଛି। ଦେଶର ସାମ୍ବିଧାନିକ ନ୍ୟାୟାଳୟ ମଙ୍ଗଳବାର ତାଙ୍କୁ ନିଲମ୍ବନ କରିବାର ଏକ ବଡ଼ ନିଷ୍ପତ୍ତି ଶୁଣାଇଛି। କମ୍ବୋଡ଼ିଆ ସହ କୂଟନୈତିକ ବିବାଦ ପରେ ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି, ଯାହା ଦେଶର ରାଜନୀତିକୁ ବେଶ ସରଗରମ କରିଛି। ଥାଇଲ୍ୟାଣ୍ଡର ମିଡ଼ିଆ ରିପୋର୍ଟ ଅନୁସାରେ, ଏହି ନିଷ୍ପତ୍ତି ଏକ ଲିକ୍ ହୋଇଥିବା ଟେଲିଫୋନ କଲ୍ ମାମଲାରେ ଆସିଛି, ଯେଉଁଥିରେ ସେ(ଥାଇ ପ୍ରଧାନମନ୍ତ୍ରୀ) କମ୍ବୋଡ଼ିଆ ସହ ସୀମା ବିବାଦରେ ନିଜର ଭୂମିକାରେ କଥିତ ଭାବେ ପ୍ରଧାନମନ୍ତ୍ରୀ ପଦର ନୈତିକତାର ଉଲ୍ଲଙ୍ଘନ କରିଛନ୍ତି। ଥାଇଲ୍ୟାଣ୍ଡର ସାମ୍ବିଧାନିକ ନ୍ୟାୟାଳୟ ୭-୨ ବହୁମତରେ ନିଷ୍ପତ୍ତି ନେଇ କହିଛି ଯେ, “ସାମ୍ବିଧାନିକ ନ୍ୟାୟାଳୟ ବହୁମତରେ ନିଷ୍ପତ୍ତି ନେଇ ଜୁଲାଇ ୧ ତାରିଖରୁ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟରୁ ନିଲମ୍ବିତ କରୁଛି, ଯେପର୍ଯ୍ୟନ୍ତ ନ୍ୟାୟାଳୟ ଏହି ମାମଲାରେ ଅନ୍ତିମ ନିଷ୍ପତ୍ତି ନ ଶୁଣାଇ ଦିଏ।” ସୂଚନାଯୋଗ୍ୟ ଯେ, ଏହି ସମ୍ପୂର୍ଣ୍ଣ ବିବାଦ…

Read More