Author: Sarasinee Subudhi

ଗତକିଛି ଦିନ ହେବ ଉଷ୍ମ ହୋଇଛି କର୍ଣ୍ଣାଟକ ରାଜନୀତି। କର୍ଣ୍ଣାଟକରେ ସମ୍ଭାବ୍ୟ ନେତୃତ୍ୱ ପରିବର୍ତ୍ତନର ଆଲୋଚନା ମଧ୍ୟରେ, କଂଗ୍ରେସ ମହାସଚିବ ରଣଦୀପ ସୁରଜେୱାଲା କହିଛନ୍ତି ଯେ ଏପରି କୌଣସି ଆଲୋଚନା ଚାଲି ନାହିଁ। ଅନେକ କଂଗ୍ରେସ ନେତାଙ୍କ ବୟାନ ଏବଂ ଡିକେ ଶିବକୁମାରଙ୍କ ସମର୍ଥକଙ୍କ ପକ୍ଷରୁ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଦାବି ମଧ୍ୟରେ କଂଗ୍ରେସ ପକ୍ଷରୁ ଏଭଳି କିଛି ସ୍ପଷ୍ଟୀକରଣ ଆସିଛି। କିଛିଦିନ ତଳେ କଂଗ୍ରେସ ବିଧାୟକ ଇକବାଲ ହୁସେନ ଦାବି କରିଥିଲେ ଯେ, ପ୍ରାୟ ୧୦୦ ବିଧାୟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିବା ସପକ୍ଷରେ ଅଛନ୍ତି। ଏହା କେବଳ ପରିବର୍ତ୍ତନର ବିଷୟ ନୁହେଁ। ଅଧିକାଂଶ ବିଧାୟକ ପ୍ରଭାବଶାଳୀ ଶାସନ ଚାହାଁନ୍ତି ବୋଲି ସେ କହିଥିଲେ। ସେ ଯୁକ୍ତି ଦେଇଥିଲେ ଯେ, ଡିକେ ଶିବକୁମାର ଏହି ସୁଯୋଗ ପାଇବାକୁ ଯୋଗ୍ୟ, ଦଳକୁ ମଜଭୁତ କରିବା ପାଇଁ ତାଙ୍କ ପ୍ରୟାସ ଏବଂ ଅନେକ ଆନ୍ଦୋଳନର ନେତୃତ୍ୱ ନେବାର ଯୋଗ୍ୟତା ସେ…

Read More