Author: Sarasinee Subudhi
ମହେନ୍ଦ୍ର ସିଂହ ଧୋନି ‘କ୍ୟାପ୍ଟେନ୍ କୁଲ୍’ ନିକ୍ ନେମ୍ ପାଇଁ ଏକ ଟ୍ରେଡମାର୍କ ଆବେଦନ ଦାଖଲ କରିଛନ୍ତି, ଯାହା ପ୍ରଶଂସକମାନେ ତାଙ୍କର ଚମତ୍କାର ନେତୃତ୍ୱ ଶୈଳୀକୁ ବର୍ଣ୍ଣନା କରିବା ପାଇଁ ବର୍ଷ ବର୍ଷ ଧରି ସ୍ନେହରେ ବ୍ୟବହାର କରିଆସୁଥିଲେ ଏବେ ତାହକୁ ଅଫିସିଆଲ କରିବା ପାଇଁ ଧୋନି ଚିନ୍ତା କରିଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକ କ୍ରୀଡା ତାଲିମ, ପ୍ରଶିକ୍ଷଣ ସେବା ଏବଂ ତାଲିମ କେନ୍ଦ୍ର ପାଇଁ ‘କ୍ୟାପ୍ଟେନ୍ କୁଲ୍’ ବ୍ୟବହାର କରିବାର ସ୍ୱତନ୍ତ୍ର ଅଧିକାର ଚାହାଁନ୍ତି। ଟ୍ରେଡମାର୍କ ରେଜିଷ୍ଟ୍ରି ପୋର୍ଟାଲ୍ ଅନୁଯାୟୀ, ଆବେଦନଟି ବର୍ତ୍ତମାନ ଗ୍ରହଣ ହୋଇଛି ଏବଂ ବିଜ୍ଞାପିତ କରାଯାଇଛି। ଟ୍ରେଡମାର୍କଟି ୧୬ ଜୁନ୍ ୨୦୨୫ରେ ଅଧିକାରୀକ ଟ୍ରେଡମାର୍କ ଜର୍ଣ୍ଣାଲରେ ପ୍ରକାଶିତ ହୋଇଥିଲା। ଧୋନିଙ୍କ ଓକିଲ ମାନସୀ ଅଗ୍ରୱାଲ କହିଛନ୍ତି, “ଟ୍ରେଡମାର୍କ ଆଇନ କ୍ଷେତ୍ରରୁ ଏକ ସାମ୍ପ୍ରତିକ ବିକାଶକୁ ଅଂଶୀଦାର କରିବା ନିହାତି ଖୁସିର କଥା, ଯାହା ବ୍ୟକ୍ତିତ୍ୱ ଅଧିକାରର ଉଦୀୟମାନ ଭୂମିକାକୁ ରେଖାଙ୍କିତ କରେ ଏବଂ ପ୍ରତ୍ୟାଖ୍ୟାନର ଆପେକ୍ଷିକ…
