Author: Sarasinee Subudhi

ରାଜନୀତି ଏବେ ଆଉ ଲୋକନୀତି ହୋଇ ରହିନାହିଁ କି ଲୋକଙ୍କ ହିତରେ ଯାଉନି। ରାଜନୀତି ଏବେ ଗୁଣ୍ଡାଗିରିର ଢାଲ ପାଲଟିଛି। ଏମିତିବି କହିଲେ ଭୁଲ ହେବନି ଗୁଣ୍ଡାଗିରି ପାଇଁ ରାଜନୀତି ଲାଇସେନ୍ସ ପାଲଟିଛି। ଆମେ କାହିଁକି ଏଭଳି କହୁଛୁ ଆପଣ ନିଜେ ଜାଣି ପାରିବେ। କ୍ଷମତାରେ ରହିବା ଦଳ କିଭଳି ଅଧିକାରୀ ଓ ସାଧାରଣ ଳୋକଙ୍କ ଉପରେ ବଳ ପ୍ରୟୋଗ କରୁଛନ୍ତି ତାହା କାହାକୁ ଅଛପା ନ ଥିବ। ଏ ଭଳି ଘଟଣା ପୂର୍ବ ସରକାରରେ ଘଟୁଥିଲା ଏ ସରକାରରେ ବି ଘଟୁଛି। ଦୁଇଦିନ ତଳେ ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ବିଜେପି ନେତାଙ୍କ ଇସାରାରେ ଯେପରି ବିଜେପି କର୍ପୋରେଟର ଆଉ ତାଙ୍କ ଚେଲା ଚାମୁଣ୍ଡା ମାଡ଼ମାରିଲେ ତାହା ସମସ୍ତଙ୍କ ପଞ୍ଜରା ଗୁଣ୍ଡ କରିଦେଇଛି। ଏମିତି ପରିବର୍ତ୍ତନ ଆମେ କ’ଣ ଆଶା କରିଥିଲୁ? ବୋଲି ଓଡ଼ିଶାବାସୀ ନିଜକୁ ପ୍ରଶ୍ନ କାରୁଛନ୍ତି। ଅଫିସର ରାଜ ଶେଷକରିବାକୁ କହି ବିଜେପି ଗୁଣ୍ଡାରାଜ କରୁଛି…

Read More