Author: Sarasinee Subudhi

ଓଡ଼ିଶାରୁ ବାଂଲାଦେଶୀ ତଡ଼ିବା ପାଇଁ ସରକାର ସକ୍ରିୟ ହୋଇଥିବା ବେଳେ ପଶ୍ଚିମବଙ୍ଗ ଅନୁପ୍ରବେଶକାରୀଙ୍କ ପାଇଁ ଦରଦ ଦେଖାଉଛି। ପଶ୍ଚିମବଙ୍ଗର ମୁଖ୍ୟ ସଚିବ ମନୋଜ ପନ୍ତ ଗୁରୁବାର ତାଙ୍କ ଓଡ଼ିଶା ପ୍ରତିପକ୍ଷଙ୍କୁ ଚିଠି ଲେଖି ପଡ଼ୋଶୀ ରାଜ୍ୟର କିଛି ସ୍ଥାନରେ ବଙ୍ଗଳା ଭାଷାଭାଷୀ ପ୍ରବାସୀ ଶ୍ରମିକଙ୍କ ପ୍ରତି “ଉତ୍ପୀଡ଼ନ” ବନ୍ଦ କରିବାକୁ ଅନୁରୋଧ କରିଛନ୍ତି। ମନୋଜ ପନ୍ତ ଚିଠିରେ ଲେଖିଛନ୍ତି ଯେ ପ୍ରବାସୀ ଶ୍ରମିକମାନଙ୍କୁ “ସେମାନେ ବଙ୍ଗଳା କହୁଥିବାରୁ ଟାର୍ଗେଟ କରାଯାଉଛି, ଯାହା ସେମାନଙ୍କର ମାତୃଭାଷା” ଏବଂ “ଅନ୍ୟାୟ ଭାବରେ ବାଂଲାଦେଶୀ ଭାବରେ ଲେବଲ୍ କରାଯାଇଛି”।ଶ୍ରମିକମାନଙ୍କ ମଧ୍ୟରେ ଦିନ ମଜୁରିଆ, ରିକ୍ସା ଚାଳକ ଏବଂ ଘରୋଇ ଶ୍ରମିକ ଅନ୍ତର୍ଭୁକ୍ତ। ସେ ଆହୁରି ଲେଖିଛନ୍ତି, “ଆମେ ପାରାଦୀପ ଆଖପାଖ ଅଞ୍ଚଳ ଏବଂ ଜଗତସିଂପୁର, କେନ୍ଦ୍ରାପଡ଼ା, ଭଦ୍ରକ, ମାଲକାନଗିରି, ବାଲେଶ୍ୱର ଏବଂ କଟକ ଭଳି ଉପକୂଳ ଜିଲ୍ଲାଗୁଡ଼ିକରେ ଉପଯୁକ୍ତ ଆଇନଗତ ପ୍ରକ୍ରିୟା ବିନା ଏପରି ବ୍ୟକ୍ତିଙ୍କୁ ଅଟକ ରଖାଯାଉଥିବା ରିପୋର୍ଟ ପାଇଛୁ। ଆହୁରି ଚିନ୍ତାର ବିଷୟ…

Read More