Author: Sarasinee Subudhi

ଚିଟଫଣ୍ଡ ଜମକାରୀଙ୍କ ପାଇଁ ଖୁସିଖବର । ବିଭିନ୍ନ ଚିଟ୍ ଫଣ୍ଡ ସଂସ୍ଥାରେ ନିବେଶ କରିଥିବା ସମସ୍ତ ଜମାକାରୀଙ୍କୁ ଓଡ଼ିଶା ସରକାର ଟଙ୍କା ଫେରସ୍ତ କରିବେ, ସେମାନେ ଯେତେ ପରିମାଣର ନିବେଶ କରିଥିଲେ ତାହା ମିଳିବାର ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଛନ୍ତି ଯେ ଚିଟ୍ ଫଣ୍ଡ ନିବେଶକଙ୍କୁ ଟଙ୍କା ଫେରସ୍ତ କରିବା ପ୍ରକ୍ରିୟା ଆରମ୍ଭ ହୋଇସାରିଛି ଏବଂ ଏହି ପ୍ରକ୍ରିୟା ଚାରି ମାସ ମଧ୍ୟରେ ସମାପ୍ତ ହେବାର ସମ୍ଭାବନା ଅଛି। ସେ କହିଛନ୍ତି ଯେ, ପାଞ୍ଚ ଲକ୍ଷ ଜମାକାରୀଙ୍କ ତାଲିକା ପ୍ରସ୍ତୁତ ହୋଇସାରିଛି ଏବଂ ନିର୍ବାଚନ ପୂର୍ବରୁ ବିଜେପିର ସଂକଳ୍ପ ପତ୍ରରେ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ରାଜ୍ୟ ସରକାର ସମସ୍ତ ନିବେଶକଙ୍କୁ ଟଙ୍କା ଫେରସ୍ତ କରିବାକୁ ପ୍ରତିବଦ୍ଧ। ରାଜ୍ୟ ବିଜେପି ମୁଖ୍ୟ କହିଛନ୍ତି ଯେ ୧,୨୬,୧୩୭ ନିବେଶକ ଗୋଟିଏ ବର୍ଷ ମଧ୍ୟରେ ସେମାନଙ୍କର ଟଙ୍କା ଫେରସ୍ତ ପାଇଛନ୍ତି। ସେ…

Read More