Author: Sarasinee Subudhi

ଧରାକୋଟ ସିଙ୍ଗିପୁର ଗ୍ରାମର ଦୁଇ ଦଳିତଙ୍କୁ ନିର୍ଯାତନା ମାମଲାରେ ଜାତୀୟ ମାନବାଧିକାର କମିଶନ ଓଡ଼ିଶା ସରକାରଙ୍କୁ ନୋଟିସ୍ ଦେବାର ଗୋଟିଏ ଦିନ ପରେ ଘଟଣାରେ ସମ୍ପୃକ୍ତ ଥିବା ଆଉ ତିନି ଜଣଙ୍କୁ ଗୁରୁବାର ଗିରଫ କରାଯାଇଛି। ଏହାକୁ ମିଶାଇ ମାମଲାରେ ୧୬ ଜଣଙ୍କୁ ଗିରଫ କରଯାଇଛି। ଜୁନ୍ ୨୬ ତାରିଖରେ ଗଞ୍ଜାମ ଜିଲ୍ଲାର ଧରାକୋଟରେ ଦୁଇଜଣ ଦଳିତ ବାପ ପୁଅଙ୍କୁ ଗୋରୁ ଚୋରା ଚାଲାଣ ସନ୍ଦେହରେ ଶାରୀରିକ ଅତ୍ୟାଚାର କରାଯିବା ସହ ସର୍ବ ସମ୍ମୁଖରେ ଅପମାନିତ କରଯାଇଥିଲା। ଦୁଇ ପୀଡ଼ିତଙ୍କୁ ନାଳ ନର୍ଦ୍ଦମା ପାଣି ଜବରଦସ୍ତ ପିଆଇବା ସହ ପଶୁ ଭଳି ଆଣ୍ଠେଇ ଘାସ ଖୁଆଇଥିଲେ ଦୁର୍ବୃତ୍ତମାନେ। ଏହାସହ ନିସ୍ତୁକ ନିର୍ମମ ଭାବରେ ମରଣାତ୍ମକ ଆକ୍ରମଣ କରି ଆଣ୍ଠେଇ ଆଣ୍ଠେଇ ଦୁଇ କିଲୋମିଟର ବାଟ ଗାଁ ଭିତରେ ଚଲେଇଥିଲେ। ଗିରଫ ହୋଇଥିବା ବ୍ୟକ୍ତିମାନେ ବେଥୁଆରର ସୁନୀଲ ସ୍ୱାଇଁ, ଆଶିଷ ବରାଲା ଏବଂ ନବରତ୍ନପୁରର ସନ୍ତୋଷ କୁମାର ପୋଲାଇ ବୋଲି ଜଣାପଡ଼ିଛି। ଏହି…

Read More