Author: Sarasinee Subudhi

ଓଡ଼ିଶା ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଯୋଡି ହେବ ନୂଆ ଅଧାୟ। ଏଥର ଏଆଇ କରିବ ଗର୍ଭବତୀଙ୍କ ଚିକିତ୍ସା, ଉପାନ୍ତ ରାୟଗଡ଼ାରେ ପ୍ରଥମ କରି ହେବ ଏହାର ବ୍ୟବହାର। ଏହି ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁ ହାର ଜାତୀୟ ପରିସଂଖ୍ୟାନ ଠାରୁ ଅଧିକ ରହୁଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଏହି ପଦକ୍ଷପ ନେଇଛନ୍ତି ରାଜ୍ୟ ସରକାର। ଏଥି ପାଇଁ ଗର୍ଭାବସ୍ଥା ନିରୀକ୍ଷଣ ପାଇଁ ଡିଜିଟାଲ ଡାଇଗ୍ନୋସିସ୍ ଡିଭାଇସ କିଟ୍ ବ୍ୟବହାର କରାଯିବ। ପୂର୍ବରୁ ଏହାର ସଫଳ ପରୀକ୍ଷଣ ସରିଛି। ଏଥିରେ ଏଆଇ ସହାୟତାରେ ଗର୍ଭବତୀ ମହିଳାଙ୍କ ଚିକିତ୍ସା ହେବ। ଏହାପରେ ଆଉ ଗର୍ଭବତୀ ମହିଳାଙ୍କୁ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନ୍ ଲଗେଇବାକୁ ପଡିବ ନାହିଁ। ଏବେ ନର୍ସ, ଡାକ୍ତରଙ୍କ ଅନୁପସ୍ଥିତି ବି ସମସ୍ୟା ସୃଷ୍ଟି କରିବ ନାହିଁ କି ରିପୋର୍ଟ ଆସିବାରେ ବିଳମ୍ବ ହେବ ନାହିଁ। ଏଆଇ ଏବେ ସବୁ କାମ ଫାଟଫଟ କରିଦେବ। ଗର୍ଭବତୀ ମହିଳାଙ୍କ…

Read More