Author: Sarasinee Subudhi

ଚାରି ବର୍ଷ ପରେ ଆଜିଠୁ ନବରଙ୍ଗପୁରରେ ପୁଣି ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ଅଧୀନରେ ୪ ଦିନ ପର୍ଯ୍ୟନ୍ତ ମାଗଣାରେ ରୋଗୀ ଦେଖିବେ ଏସସିବିର ଅଭିଜ୍ଞ ଡାକ୍ତର। ବାୟୁ ସ୍ୱାସ୍ଥ୍ୟ ସେବା ପଦକ୍ଷେପ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଉପଲବ୍ଧ ସୁବିଧାଗୁଡ଼ିକୁ ଉନ୍ନତ କରିବ ଏବଂ ରାଜ୍ୟର ପ୍ରମୁଖ ମେଡିକାଲ କଲେଜରୁ ବିଶେଷଜ୍ଞମାନଙ୍କୁ ନିୟୋଜିତ କରି ଉଚ୍ଚମାନର ତିନି ସ୍ତରୀୟ ଚିକିତ୍ସା ପ୍ରଦାନ କରିବ। ଏହି ସେବା ପର୍ଯ୍ୟାୟକ୍ରମେ ନୂଆପଡା ଏବଂ ମାଲକାନଗିରିକୁ ମଧ୍ୟ କଭର କରିବାକୁ ସ୍ଥିର ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସିଏମଓ ପକ୍ଷରୁ କୁହାଯାଇଛି ଯେ , ଲୋକଙ୍କ ସରକାରରେ ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦିଆଯାଇଛି । ବିନା ମୂଲ୍ୟରେ ଚିକିତ୍ସା ସେବା ପ୍ରଦାନ କରି ଲୋକଙ୍କୁ ଆଶ୍ବସ୍ତି ଦେବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉପଲବ୍ଧ ସୁବିଧାକୁ ଆହୁରି ଉନ୍ନତ କରାଯାଉଛି । ଜିଲ୍ଲାର…

Read More