Author: Sarasinee Subudhi

ଚୀନର ରାଷ୍ଟ୍ରପତି ଶି ଜିନପିଙ୍ଗ ଗତ କିଛି ଦିନ ହେବ ବିଶ୍ୱ ‘ରାଡାର’ରୁ ଗାୟବ ହୋଇଛନ୍ତି। ସେ ବ୍ରାଜିଲରେ ଅନୁଷ୍ଠିତ ବ୍ରିକ୍ସ ଦେଶମାନଙ୍କ ବୈଠକରୁ ମଧ୍ୟ ଅନୁପସ୍ଥିତ ଥିଲେ। ଏପରି ପରିସ୍ଥିତିରେ ଏକ ବଡ଼ ପ୍ରଶ୍ନ ଉଠୁଛି ଯେ ଶି ଜିନପିଙ୍ଗ ଏବେ କେଉଁଠାରେ ଅଛନ୍ତି। ଏହା ମଧ୍ୟ ଅନୁମାନ କରାଯାଉଛି ଯେ କ’ଣ ଶି ଜିନପିଙ୍ଗଙ୍କ ଶାସନ ଶେଷ ହୋଇଗଲା? ନା ତାଇୱାନ ଜିତିବାର ଆଶା ରଖୁଥିବା ଜିନପିଙ୍ଗଙ୍କୁ ସେନାର ସମର୍ଥନ ମିଳୁନାହିଁ। ଏହା ମଧ୍ୟ ଚର୍ଚ୍ଚା ହେଉଛି ଯେ ସତ୍ତାର ଶୀର୍ଷରେ ଥାଇ ଭ୍ରଷ୍ଟାଚାର ଅଭିଯୋଗରେ ଘେରି ରହିଥିବା ପିପୁଲ୍ସ ଲିବରେସନ ଆର୍ମୀ (ପିଏଲଏ)ର ଜେନେରାଲମାନଙ୍କୁ ଦମନ କରିଥିବା ଜିନପିଙ୍ଗଙ୍କୁ ଏବେ ଏହି ଜେନେରାଲମାନଙ୍କଠାରୁ ଚ୍ୟାଲେଞ୍ଜ ମିଳୁଛି। ବାସ୍ତବ କଥା କ’ଣ, ତାହା କେବଳ ସମୟ ହିଁ କହିବ, କାରଣ ଚୀନ ବିଦେଶୀ ଗଣମାଧ୍ୟମକୁ ନିଜ ଦେଶର ଖବର ପ୍ରକାଶ କରିବାକୁ ବାରଣ କରିଥାଏ। ସେଠାରେ ଏହା ଉପରେ…

Read More