Author: Sarasinee Subudhi

ପକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟୋ ସମ୍ପ୍ରତି ଜୈଶ ଏ ମହମ୍ମଦର ପ୍ରତିଷ୍ଠାତା ମୌଲାନା ମାସୁଦ ଆଝାର ପାକିସ୍ତାନରେ ନାହିଁ କିମ୍ବା ପାକିସ୍ତାନ ସରକାର ତାକୁ ଚିହ୍ନିନାହାନ୍ତି। ସମ୍ଭବତଃ ସେ ଅଫଗାନିସ୍ଥାନରେ ଥାଇପାରେ। ତେଣୁ ମାସୁଦକୁ ସମର୍ପଣ କରିବା ସକାଶେ ଭାରତ ସରକାର ପାକିସ୍ତାନକୁ ବାରମ୍ବାର କରୁଥିବା ଅନୁରୋଧର କୌଣସି ଆଧାର ନାହିଁ । ବିଲାୱଲ ଭୂଟୋଙ୍କ ଏହି ଉକ୍ତି ସର୍ବକାଳୀନ ନହେଲେ ସୁଦ୍ଧା ଚଳିତ ବର୍ଷ ପାକିସ୍ତାନୀ ନେତାମାନେ ଆତଙ୍କବାଦ ସମ୍ପର୍କରେ ଦେଇଥିବା ମତ ଓ ମନ୍ତବ୍ୟ ଭିତରୁ ସବୁଠାରୁ ହାସ୍ୟାସ୍ପଦ ବୋଲି ବିବେଚନା କରାଯାଇପାରେ। ବିଲାୱଲ ଭୁଟୋ ଜଣେ ଅଭିଜ୍ଞ ନେତା ଏବଂ ଦେଶର ଏକ ମର୍ଯ୍ୟାଦାବନ୍ତ ରାଜନୈତିକ ପରିବାର ସଦସ୍ୟ ହେବା ସହିତ ସେ ଅଧୁନା ପାକିସ୍ତାନ ପିପୁଲ୍ ପାର୍ଟିର ଅଧ୍ୟକ୍ଷ ଅଛନ୍ତି ଓ ଦେଶର ବୈଦେଶିକ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ତେଣୁ ସେ ଦେଉଥିବା ଯେକୌଣସି ମନ୍ତବ୍ୟ ନିଶ୍ଚିତ ଭାବରେ…

Read More