Author: Sarasinee Subudhi

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ପଡିଛି କର୍ମଚାରୀ ମରୁଡ଼ି। ୪୩ଟି ମଞ୍ଜୁରୀପ୍ରାପ୍ତ ପଦ ଥ‌ିବା ବେଳେ ମାତ୍ର ୨ ଜଣ ନିୟମିତ କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ଫଳରେ ପ୍ରାୟ ୨ ଲକ୍ଷରୁ ଅଧିକ ବହିର ରକ୍ଷଣାବେକ୍ଷଣରେ ବାଧା ଉପୁଜୁଛି। କର୍ମଚାରୀ ଅଭାବରୁ ଗବେଷକମାନେ ମଧ୍ୟ ବହି ପାଇ ପାରୁନାହାନ୍ତି। ଦୈନିକ ୬ ଶହରୁ ଅଧିକ ପିଲା ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି କରିବାକୁ ଏଠାରେ ପଢୁଛନ୍ତି। ସେମାନଙ୍କ ଲାଇବ୍ରେରୀ କାର୍ଡ କରିବା ସହ ପାଠପଢ଼ା ସୁବ୍ୟବସ୍ଥିତ କରିବାରେ କର୍ମଚାରୀ ଅଭାବ ପ୍ରମୁଖ ପ୍ରତିବନ୍ଧକ ସାଜିଛି । ଅନୁରୂପ ଭାବେ ପ୍ରତି ଜିଲ୍ଲାରେ ଥ‌ିବା ପାଠାଗାର, ମହାବିଦ୍ୟାଳୟ ବିଶ୍ଵବିଦ୍ୟାଳୟ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅନେକ କର୍ମଚାରୀ ପଦ ଖାଲି ପଡ଼ିଛି। ସେହିପରି ଦୀର୍ଘ ଦିନରୁ ଲାଇବ୍ରେରିଆନ୍ ପଦ ମଧ୍ୟ ଖାଲି ପଡ଼ିଛି। ଫଳରେ ପାଠାଗାରର ଗୌରବ ଦିନକୁ ହ୍ରାସ ପାଇବାରେ ଲାଗିଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହେବା ପରେ…

Read More