Author: Sarasinee Subudhi

ପୁଣି ରାଜ୍ୟରୁ ଧରାପଡ଼ିଲେ ଅବୈଧ ଅନୁପ୍ରବାସୀକାରୀ ବାଂଲାଦେଶୀ। ବାଂଲାଦେଶୀଙ୍କୁ ଖୋଜିବା ପାଇଁ ପୋଲିସ ଅରମ୍ଭ କରିଥିବା ରାଜ୍ୟ ବ୍ୟାପୀ ଅନୁସନ୍ଧାନ କାର୍ଯ୍ୟକ୍ରମ ଦ୍ଵାରା ଜଗତସିଂପୁର ଜିଲ୍ଲା ପାରାଦୀପରେ ଏକ ବାଂଲାଦେଶୀ ପରିବାରର ଚାରି ଜଣଙ୍କୁ ଅଟକ ରଖାଯାଇଛି। ସୂଚନା ଅନୁଯାୟୀ, ଏହି ବାଂଲାଦେଶୀ ପରିବାରଟି ଜଳପଥ ଦେଇ ଭାରତରେ ପ୍ରବେଶ କରି ବସ୍ ଯୋଗେ ଓଡ଼ିଶାକୁ ଆସିଛନ୍ତି। ଓଡ଼ିଶା ଆସିବା ପୂର୍ବରୁ କୋଲକାତାରେ ସେମାନେ ପହଞ୍ଚିଥିଲେ । ଅଟକ ରହିଥିବା ବାଂଲାଦେଶୀଙ୍କ ମଧ୍ୟରେ ଜଣେ ପୁରୁଷ, ଜଣେ ମହିଳା ଏବଂ ଦୁଇ ଜଣ ପିଲା ଅଛନ୍ତି। ପାରାଦୀପ ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ପରିବାର ସଦସ୍ୟଙ୍କୁ ଜଣେ ଅଜ୍ଞାତ ସ୍ଥାନୀୟ ଲୋକ ପାରାଦୀପ ଆଣିଥିଲେ ଯିଏ ସେମାନଙ୍କ ପାଇଁ ଭଡା ଘର ବ୍ୟବସ୍ଥା କରିଥିଲେ। ଗୁଇନ୍ଦା ସୂଚନା ଆଧାରରେ, ଏକ ପୋଲିସ ଟିମ୍ ନିୟମିତ ଯାଞ୍ଚ ଅଭିଯାନ ସମୟରେ ପରିବାର ସଦସ୍ୟଙ୍କୁ ଅଟକ ରଖି ପଚରାଉଚରା ପାଇଁ ଥାନାକୁ ନେଇଥିଲା।…

Read More