Author: Sarasinee Subudhi

ମଧ୍ୟପ୍ରାଚ୍ୟରେ ଶାନ୍ତି ସ୍ଥାପନ ପାଇଁ ନେତାନ୍ୟାହୁ ଏବଂ ଟ୍ରମ୍ପ ଯେଉଁ ଯୋଜନା କରିଛନ୍ତି ତାହା ବଡ ଭୟଙ୍କର ସ୍ଥିତିରେ ରହିଛି । ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ କାଟଜ୍ ପୁଣି ଥରେ ଏକ ଟିଭି ସାକ୍ଷାତକାରରେ କହିଛନ୍ତି ଯେ, ଇସ୍ରାଏଲର ଗୁଇନ୍ଦା ସଂସ୍ଥାଗୁଡ଼ିକ ଇରାନର ସର୍ବୋଚ୍ଚ ନେତା ଆୟତୁଲ୍ଲା ଖାମେନିଙ୍କୁ ହତ୍ୟା କରିବା ପାଇଁ ଗୋଟିଏ ଯୋଜନାରେ କାମ କରୁଛନ୍ତି। ଯାହା ପରେ ମଧ୍ୟପ୍ରାଚ୍ୟରେ ନିଆଁ ବ୍ୟାପିବାର ବିପଦ ପୁଣି ଥରେ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ, ଇରାନର ଧର୍ମଗୁରୁମାନେ ଟ୍ରମ୍ପ ଏବଂ ନେତାନ୍ୟାହୁଙ୍କ ବିରୁଦ୍ଧରେ ସେହି ଘାତକ ଫତୱା ଦେଇଛନ୍ତି। ଯେପରି ଇରାନର ପୂର୍ବତନ ନେତା ରୁହୋଲ୍ଲା ଖୋମେନି ବହୁ ବର୍ଷ ପୂର୍ବରୁ ଲେଖକ ସଲମାନ ରୁଶଦିଙ୍କ ବିରୁଦ୍ଧରେ ଦେଇଥିଲେ। ଇରାନର ଧର୍ମଗୁରୁମାନେ ଟ୍ରମ୍ପ ଏବଂ ନେତାନ୍ୟାହୁଙ୍କ ଉପରେ ଏକ ଘାତକ ଆକ୍ରମଣ କରିବା ପାଇଁ ଅର୍ଥ ସଂଗ୍ରହ କରୁଥିବା ଜଣାପଡ଼ିଛି। ଇରାନର ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ଏବଂ ଖାମେନିଙ୍କ ପୁଅ ମୁଜତାବା…

Read More