Author: Sarasinee Subudhi

ରାଜ୍ୟ ସରକାର ଆଜି ଆଇପିଏସ୍‍ ସ୍ତରରେ ଏକ ବଡ଼ ଅଦଳବଦଳ କରିଛନ୍ତି। ଏଥିରେ ୪ ଜଣ ଆଇପିଏସ୍‍ ଅଧିକାରୀଙ୍କ ପଦବୀ ଓ ଦାୟିତ୍ୱରେ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ରାଜ୍ୟ ସରକାରଙ୍କ ପୁଲିସ ତାଲିମ ଏଡିଜି ତଥା ବିପିଏସ୍‍ପିଏ ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡାଙ୍କୁ ନକ୍ସଲ ବିରୋଧୀ ଅପରେସନ୍‍ର ଅତିରିକ୍ତ ଡିଜି ଭାବେ ନିଯୁକ୍ତ କରାଯାଇଛି। ସେହିପରି ପୁଲିସ ଗୁଇନ୍ଦା ବିଭିାଗ ମୁଖ୍ୟଙ୍କୁ ମଧ୍ୟ ବଦଳି କରାଯାଇଛି। ଆଜି ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ୪ଜଣ ଆଇପିଏସ୍‍ଙ୍କ ଦାୟିତ୍ୱରେ ଅଦଳବଦଳ କରାଯାଇଛି। ଏହି ବିଜ୍ଞପ୍ତି ଅନୁସାରେ ସଞ୍ଜୀବ ସିଧାସଳଖ ପୁଲିସ ଡିଜିଙ୍କୁ ରିପୋର୍ଟ କରିବେ। ପୂର୍ବରୁ ସେ ତୁଲାଉଥିବା ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀର ନିର୍ଦ୍ଦେଶକ ଦାୟିତ୍ୱ ପୁଲିସ ଆଇଜି ତଥା ୨୦୦୬ ବ୍ୟାଚ୍‍ ଆଇପିଏସ୍‍ ଅନୁପ କୁମାର ସାହୁ ତୁଲାଇବେ। ସେ ଏବେ ଅନୁଷ୍ଠାନର ଆଇଜି ତାଲିମ ଭାବେ କାର୍ଯ୍ୟ କରୁଛନ୍ତି। ୨୦୦୯ ବ୍ୟାଚ ଆଇପିଏସ୍‍ ତଥା କୋରାପୁଟରେ ଥିବା ଦକ୍ଷିଣାଞ୍ଚଳ…

Read More