Author: Sarasinee Subudhi

ପୁଣି ରାଜ୍ୟରେ ଲାଗୁହେଲା ପାସ୍ ଫେଲ୍ ବ୍ୟବସ୍ଥା। ପାଠ ନପଢିଲେ ଏଣିକି ମିଳିବନି ନିସ୍ତାର। ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଲାଗୁହେଲା ପାସ୍ ଫେଲ୍ ବ୍ୟବସ୍ଥା। ଫେଲ୍ ହେଲେ ଆଉ ଥରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରତିବର୍ଷ ପରି ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବ। ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍ ହେଉଥିବା ଛାତ୍ରଛାତ୍ରୀଙ୍କୁ ପୁନଃ ପରୀକ୍ଷା ପାଇଁ ସୁଯୋଗ ଦିଆଯିବ। ପରୀକ୍ଷାଫଳ ପ୍ରକାଶ ପାଇବାର ଦୁଇମାସ ମଧ୍ୟରେ ପରୀକ୍ଷା ହେବ। ଦ୍ଵିତୀୟ ପରୀକ୍ଷାରେ ମଧ୍ୟ ପାସ୍ କରି ନ ପାରିଲେ ସେମାନଙ୍କୁ ପୁନଃ ସେହି ଶ୍ରେଣୀରେ ପଢ଼ିବାକୁ ହେବ। ହେଲେ ପ୍ରାଥମିକ ଶିକ୍ଷା ପୂର୍ବରୁ କୌଣସି ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରୁ ବାହାର କରାଯିବ ନାହିଁ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । କିଛି ବର୍ଷତଳେ ଶିକ୍ଷାଧିକାର ଆଇନ କୁ ପ୍ରାଧାନ୍ୟ ଦେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରାଥମିକ…

Read More