Author: Sarasinee Subudhi

ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ମହୁଆଙ୍କ ନାଲି ଆଖି। ଖୋଲାଖୋଲି ଓଡ଼ିଶା ସରକାରଙ୍କୁ ଗାଳି ଦେଲେ ପଶ୍ଚିମବଙ୍ଗ ସାଂସଦ । ମୋହନଙ୍କ ସହ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜିଙ୍କୁ ବି କଲେ ଟାର୍ଗେଟ। ଓଡ଼ିଶାରେ ଅବୈଧ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଖୋଜି ବାହାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି ଝାରସୁଗୁଡା ଜିଲ୍ଲାରୁ ୪୪୪ ସନ୍ଦିଗ୍ଧଙ୍କୁ ପୋଲିସ ଧରିବା ସହ ପଚରାଉଚରା କରୁଛି। ତେବେ ଏହାକୁ ନେଇ ପଶ୍ଚିମବଙ୍ଗ ସାଂସଦ ମହୁଆ ମୋଇତ୍ର ନିଆଁ ବାଣ ହୋଇ ଓଡ଼ିଶା ସରକାରଙ୍କୁ ଗାଳି ଦେଉଛନ୍ତି। ମହୁଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କ ଉଦ୍ଦେଶ୍ୟରେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଜାରି କରିବା ସହ ସିଧାସିଧା ଓଡ଼ିଶା ପୋଲିସର କାର୍ଯ୍ୟାନୁଷ୍ଠାକୁ ଭୁଲ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି। ଆଜି ଝାରସୁଗୁଡା ଜିଲ୍ଲାରୁ ଅଟକ ରହିଥିବା ୪୪୪ ସନ୍ଦିଗ୍ଧମାନେ ପଶ୍ଚିମବଙ୍ଗ ଶ୍ରମିକ ଅଟନ୍ତି ଏବଂ ସେଥିରେ ତାଙ୍କ…

Read More